ଗୋଆର ପୂର୍ବତନ ସଡ଼କ ପରିବହନ ମନ୍ତ୍ରୀ ପାଣ୍ଡୁରାଙ୍ଗ ରାୱତଙ୍କ ପରଲୋକ

ପାଣାଜି: ଆଖି ବୁଜିଲେ ଗୋଆର ପୂର୍ବତନ ସଡ଼କ ପରିବହନ ମନ୍ତ୍ରୀ ପାଣ୍ଡୁରାଙ୍ଗ ରାୱତ । ୭୬ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି।

ଦୀର୍ଘଦିନ ଧରି ରାୱତଙ୍କ ଶାରିରୀକ ଅସୁସ୍ଥ ଥିଲେ। ଆଜି ସକାଳେ ଉତ୍ତର ଗୋଆର ବିଚୋଲିମଠାରେ ତାଙ୍କ ବାଷଭବନରେ ରାୱତଙ୍କ ପରଲୋକ ଘଟିଛି। ବିଚୋଲିମର ପୂର୍ବତନ ବିଧାୟକ ଥିବା ରାୱତ ମହାରାଷ୍ଟ୍ରୱାଡ଼ି ଗୋମାନଟକ ପାର୍ଟିରେ ସକ୍ରିୟ ନେତା ଥିଲେ। କିନ୍ତୁ ୨୦୧୭ରେ ସେ ନୂଆ ଦଳ ଗୋଆ ପ୍ରଜା ପାର୍ଟି ଗଠନ କରିଥି। ୧୯୮୯ରେ ସେ ପ୍ରଥମଥର ପାଇଁ ଏମଜିପି ଟିକେଟରୁ ବିଚୋଲିମ ବିଧାନସଭା ଆସନରୁ ବିଧାୟକଭାବେ ନିର୍ବାଚିତ ହୋଇଥିଲେ। ୧୯୯୯ରେ ସେ ପୁନର୍ବାର ଏହି ଆସନରୁ ନିର୍ବାଚିତ ହୋଇଥିଲେ। ଫେବୃଆରୀ ୧୯୯୧ରୁ ଏପ୍ରିଲ ୧୯୯୪ ପର୍ଯ୍ୟନ୍ତ ସେ ଗୋଆରେ କ୍ୟାବିନେଟ ମନ୍ତ୍ରୀ ଥିଲେ। ତାଙ୍କ ପରଲୋକରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତ ଶୋକ ବ୍ୟକ୍ତ କରିଛନ୍ତି । ଗୋଆର ବିକାଶରେ ପାଣ୍ଡୁରାଙ୍ଗ ଅବଦାନ ଅତୁଳନୀୟ। ତାଙ୍କ ପରଲୋକ ମୁଁ ଅତ୍ୟନ୍ତ ଦୁଃଖିତ ବୋଲି ପ୍ରମୋଦ କହିଛନ୍ତି। ସେହିପରି ତାଙ୍କ ପରିବାରକୁ ମୁଁ ଗଭୀର ସମବେଦନା ଜଣାଉଛି ବୋଲି ସେ ଟ୍ୱିଟ କରିଛନ୍ତି

Related Posts