ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କୁ ୪ ବର୍ଷ ଜେଲ ଦଣ୍ଡ

ନୂଆଦିଲ୍ଲୀ: ଜେଲ ଦାଣ୍ଡରେ ଦଣ୍ଡିତ ହେଲା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ | ତାଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟ ୪ ବର୍ଷର ଜେଲ୍‌ ଦଣ୍ଡ ଶୁଣାଇଛନ୍ତି | ତାସହ ୫୦ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲଗାଇଛନ୍ତି |

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।ଏହାପୂର୍ବରୁ ମେ 21 ରେ ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ଚୌଟାଲାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ରାୟ ସଂରକ୍ଷିତ ରଖିଥିଲେ ଦିଲ୍ଲୀର ରୋଜ ଏଭିନ୍ୟୁ କୋର୍ଟ ।ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲାଙ୍କୁ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଜୁଲାଇରେ ଓମ ପ୍ରକାଶ ଚୌଟାଲାଙ୍କୁ ଦିଲ୍ଲୀର ତିହାର ଜେଲରୁ ମୁକ୍ତ କରାଯାଇଥିଲା । ତାଙ୍କୁ ଜେବିଟି ନିଯୁକ୍ତି ସ୍କାମରେ ମଧ୍ୟ 10 ବର୍ଷ ଦଣ୍ଡିତ କରାଯାଇଛି । ଏହା ବ୍ୟତୀତ ତାଙ୍କ ବିରୋଧରେ ଥିବା ଆୟବର୍ହିଭୂତ ସମ୍ପତ୍ତି ଠୁଳ ଓ ଏକାଧିକ ସ୍କାମରେ ଜଡିତ ଥିବା ଅଭିଯୋଗର ତଦନ୍ତ କରୁଥିବା ସିବିଆଇ 2010 ମସିହାରେ ଚାର୍ଜସିଟ ଦାଖଲ କରିଥିଲା ।ଚାର୍ଜସିଟି ଅନୁଯାୟୀ 1993 ରୁ 2006 ମଧ୍ୟରେ ଚୌଟାଲା ତାଙ୍କ ଆୟଠାରୁ ପ୍ରାୟ 6 କୋଟି ଟଙ୍କା ମୂଲ୍ୟର ଅଧିକ ସମ୍ପତ୍ତି ବେଆଇନ ପ୍ରକ୍ରିୟାରେ ସଂଗ୍ରହ କରିଥିଲେ । ତେବେ 1999 ରୁ 2005 ପର୍ଯ୍ୟନ୍ତ ମଧ୍ୟରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ଓମପ୍ରକାଶ ଚୌଟାଲା । କ୍ଷମତାର ଅପବ୍ୟବହାର କରି ସେ ଏହି ସବୁ ସମ୍ପତ୍ତି ଠୁଳ କରିଥିବା କହିଥିଲା ତଦନ୍ତକାରୀ ସଂସ୍ଥା । ପରେ ଏହି ଘଟଣାର ତଦନ୍ତ କରି ସମସ୍ତ ଘୋଟଲାର ତଥ୍ୟ ସାମ୍ନାକୁ ଆସିଥିଲା |

Related Posts