ମୁମ୍ବାଇର କ୍ରୁଜ୍ ଡ୍ରଗ୍ସ ମାମଲା: ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଆଶ୍ବସ୍ତି

ମୁମ୍ବାଇ : ମୁମ୍ବାଇର କ୍ରୁଜ୍ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଆଶ୍ବସ୍ତି ମିଳିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଆର୍ଯ୍ୟନଙ୍କୁ ‘କ୍ଲିନ୍ ଚିଟ୍’ ମିଳିଛି। ଏନେଇ ଗଣମାଧ୍ୟମ ସୁତ୍ରରୁ ସୂଚନା ମିଳିଛି।

ସୂଚାନଯୋଗ୍ୟ, ଗତ ବର୍ଷ ମୁମ୍ବାଇରେ ଏକ କ୍ରୁଜ୍ ଉପରେ ଚଢାଉ ବେଳେ ଆର୍ଯ୍ୟନ୍ ଖାନଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଥିଲା।​ ଡ୍ରଗ୍ସ ମାମଲାରେ ଫସିଥିବା ଆର୍ଯ୍ୟନ୍ ଅନେକ ଦିନ ଧରି ଜେଲ୍‌ରେ ରହିବା ପରେ କୋର୍ଟରୁ ଜାମିନ ମିଳିଥିଲା ।

ଡ୍ରଗ୍ସ କ୍ରୁଜ୍ ମାମଲାରେ ଏନସିବି ପକ୍ଷରୁ ଶୁକ୍ରବାର ଦିନ ସ୍ପେଶାଲ୍‌ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଛି । ଯେଉଁଥିରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ନିର୍ଦ୍ଦୋଶ ହୋଇଛନ୍ତି। ଏନସିବିର ଡିଡିଜି (ଅପରେସନ୍ସ) ସଞ୍ଜୟ କୁମାର ସିଂଙ୍କ ଏକ ବିବୃତ୍ତିରେ କୁହାଯାଇଛି ଯେ ଆର୍ଯ୍ୟନ୍ ଏବଂ ମୋହକ ବ୍ୟତୀତ ସମସ୍ତ ଅଭିଯୁକ୍ତଙ୍କ ଠାରୁ ନିଶା ସାମଗ୍ରୀ ଜବତ ହୋଇଥିଲା। ଏନଡିପିଏସ ଆକ୍ଟର ବିଭିନ୍ନ ବିଭାଗ ଅଧୀନରେ ୧୪ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟ ୬ଜଣଙ୍କ ବିରୋଧରେ ପ୍ରମାଣ ନଥିବାରୁ ଅଭିଯୋଗ ପଞ୍ଜୀକୃତ ହୋଇନାହିଁ।

ଗତ ଅକ୍ଟୋବର ୨ ତାରିଖରେ ମୁମ୍ବାଇର ଏକ କ୍ରୁଜରେ ପାର୍ଟି ଚାଲିଥିବା ବେଳେ ଚଢାଉ କରିଥିଲା ଏନସିବି ଟିମ୍‌ । ଯେଉଁଥିରେ ଆର୍ଯ୍ୟନ୍ ଖାନଙ୍କ ସମେତ ମୋଟ 19 ଜଣଙ୍କୁ ଗିରଫ କରାଯାଇଥିଲା । ଘଟଣାସ୍ଥଳରୁ 6 ଜଣଙ୍କୁ ଗିରଫ କରାଯାଇଥିଲା । ଯାହା ପରେ ସମସ୍ତ ଅଭିଯୁକ୍ତ ବିଭିନ୍ନ ସମୟରେ ଜାମିନରେ ବାହାରକୁ ଆସିଥିଲେ। ଜଣେ ଅଭିଯୁକ୍ତ ବର୍ତ୍ତମାନ ଜେଲରେ ଅଛନ୍ତି । ଏହି ମାମଲାରେ ୨୮ ଦିନ ଧରି ଜେଲରେ ରହିବା ପରେ ଅକ୍ଟୋବର ୨୮ ତାରିଖରେ ଆର୍ଯ୍ୟନ ଖାନଙ୍କୁ ଜାମିନ ମିଳିଥିଲା ।

Related Posts