‘ଡ୍ରୋନୀ’ ନାମକ ଏକ ଡ୍ରୋନ୍ ଲଞ୍ଚ କଲେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରବିବାର ଦିନ ଗରୁଡ ଏରୋସ୍ପେସ୍ ଦ୍ୱାରା ନିର୍ମିତ ଉନ୍ନତ ବୈଶିଷ୍ଟ୍ୟ ସହିତ ‘ଡ୍ରୋନୀ’ ନାମକ ଏକ ଡ୍ରୋନ୍ ଲଞ୍ଚ କରିଛନ୍ତି । ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ ‘ଡ୍ରୋନୀ’ ନାଁ ସହିତ ଏହି ଡ୍ରୋନ୍ ବଜାରରେ ପ୍ରବେଶ କରିବ। ପୂର୍ବରୁ ଚେନ୍ନାଇର ଗ୍ଲୋବାଲ୍ ଡ୍ରୋନ୍ ଏକ୍ସପୋରେ କମ୍ପାନି ଏହି ଡ୍ରୋନ୍ ପ୍ରଦର୍ଶନ କରିଥିଲା।

ଧୋନୀ ହେଉଛନ୍ତି ଗରୁଡ ଏରୋସ୍ପେସର ବ୍ରାଣ୍ଡ ଆମ୍ବାସାଡର, ଯାହା କୃଷି କୀଟନାଶକ ସ୍ପ୍ରେ, ସୌର ପ୍ୟାନେଲ ସଫା କରିବା, ଶିଳ୍ପ ପାଇପଲାଇନ ଯାଞ୍ଚ, ମ୍ୟାପିଂ, ସର୍ବେକ୍ଷଣ, ସର୍ବସାଧାରଣରେ ଘୋଷଣା ଏବଂ ବିତରଣ ସେବା ଯୋଗାଇବା ପାଇଁ ଡ୍ରୋନ ଲଞ୍ଚ କରିବାକୁ ଉଦ୍ୟମ ଜାରି କରିଛି।

‘ଡ୍ରୋନୀ ହେଉଛି ଏକ ନୂତନ ବ୍ୟାଟେରୀ ଚାଳିତ ଡ୍ରୋନ୍, ଯାହାକି ନୀରିକ୍ଷଣ ପାଇଁ ସ୍ୱତନ୍ତ୍ର ଭାବରେ ତିଆରି ହୋଇଛି। କମ୍ପାନି ଏହାର ମୂଲ୍ୟ କିମ୍ବା ବୈଶିଷ୍ଟ୍ୟ ବିଷୟରେ ଏପର୍ଯ୍ୟନ୍ତ ସୂଚନା ଦେଇନାହିଁ ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଡ୍ରୋନ୍ ବଜାରକୁ ଆସିବ ବୋଲି କୁହାଯାଉଛି। ଏହାର ମୂଲ୍ୟ ଏବଂ ଅନ୍ୟାନ୍ୟ ହାର୍ଡୱେର୍ ସମ୍ବନ୍ଧୀୟ ସୂଚନା କେବଳ ବଜାରରେ ଉନ୍ମୋଚନ ସମୟରେ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।

ସୂଚନା ମୁତାବକ, ଧୋନୀ ଗରୁଡ ଏରୋସ୍ପେସ୍ କମ୍ପାନିର କେବଳ ବ୍ରାଣ୍ଡ ଆମ୍ବାସାଡର ନୁହଁନ୍ତି, ନିବେଶକ ଭାବରେ ମଧ୍ୟ ତାଙ୍କର କମ୍ପାନିରେ କିଛି ଅଂଶ ରହିଛି। ଉନ୍ମୋଚନ ସମୟରେ ଧୋନୀ କହିଥିଲେ ଯେ, ସେ କରୋନା ଲକଡାଉନ୍ ସମୟରେ କୃଷି ପ୍ରତି ଆଗ୍ରହ ପ୍ରକାଶ କରିଥିଲେ ଏବଂ ଡ୍ରୋନ୍ ଚାଷୀଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ବୋଲି ଜାଣିବାକୁ ପାଇଥିବା ସେ କହିଥିଲେ।

ତେବେ ‘ଡ୍ରୋନୀ’ ପରେ କମ୍ପାନି କିସାନ ଡ୍ରୋନ ନାମକ ଅନ୍ୟ ଏକ ଡ୍ରୋନ ଲଞ୍ଚ କରିବାକୁ ଘୋଷଣା କରିଛି, ଯାହା ଫସଲରେ କୀଟନାଶକ ଛିଞ୍ଚିବା ଭଳି କାର୍ଯ୍ୟ କରିପାରିବ

Related Posts