ପୁଣି ଟିମ୍ ଇଣ୍ଡିଆର ଡ୍ରେସିଂ ରୁମ୍‌କୁ ଫେରିବେ ଧୋନୀ !, କ୍ୟାପଟେନ କୁଲଙ୍କୁ ବିସିସିଆଇ ଦେଇପାରେ ନୂଆ ଦାୟିତ୍ବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ : ପୁଣିଥରେ ଟିମ୍ ଇଣ୍ଡିଆର ଡ୍ରେସିଂ ରୁମ୍‌କୁ ଫେରିବେ ଧୋନୀ। ଖୁବଶୀଘ୍ର ଟିମ୍‌ ଇଣ୍ଡିଆରେ ସାମିଲ ହୋଇ ପାରନ୍ତି କ୍ୟାପଟେନ କୁଲ । ଏନେଇ ବିସିସିଆଇ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।

ତେବେ ଜାତୀୟ ଗଣମାଧ୍ୟର ରିପୋର୍ଟ ଅନୁସାରେ, ଟି-୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ବିପର୍ଯ୍ୟୟ ପରେ ଆକ୍ସନ ମୋଡ଼କୁ ଆସିଛି ବିସିସିଆଇ । ଖୁବଶୀଘ୍ର ଦେଶର ସବୁଠୁ ଜଣେ ସଫଳତମ ଅଧିନାୟକ ତଥା କ୍ୟାପଟେଲ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନୀଙ୍କୁ ଟିମ୍ ଇଣ୍ଡିଆର ଡ୍ରେସିଂ ରୁମ୍‌ରେ ଦେଖିବାକୁ ମିଳିପରେ ।ଟିମ୍‌ର ନିର୍ଦ୍ଦେଶକ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କୁ ଦାୟିତ୍ୱ ଦେଇପାରେ ବିସିସିଆଇ । ଏନେଇ ବସିସିଆଇର ବରିଷ୍ଠ ନେତାଙ୍କ ମଧ୍ୟରେ ଆଲୋଚନା ଚାଲିଛି ।

ଖାସ୍‌ କରି ତିନୋଟି ଫର୍ମାଟରେ କୋଚ୍‌ ଦ୍ରାବିଡ଼ଙ୍କ ଉପରୁ ଚାପ୍‌ କୋହଳ କରିବା ଏବଂ ଜଣେ ଅଭିଜ୍ଞ ଖେଳାଳିଙ୍କୁ ଟିମ୍‌ରେ ସାମିଲ୍‌ କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି ଜଣାପଡିଛି। ତେବେ ଟିମ୍‌ରେ ଧୋନିଙ୍କୁ ବଡ଼ ଦାୟିତ୍ୱ ପ୍ରଦାନ ନେଇ ଆଗାମୀ ଦିନରେ ହେବାକୁ ଥିବା ବିସିସିଆଇର ଆପେକ୍ସ କମିଟି ଆଲୋଚନା ହେବ । ଏହା ପରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।

ସେପଟେ ବିସିସିଆଇର କିଛି ବରିଷ୍ଠ ଅଧିକାରୀ ମଧ୍ୟ ଏନେଇ ଧୋନିଙ୍କ ସହ ଆଲୋଚନା କରିଛନ୍ତି । କିନ୍ତୁ ଆଲୋଚନା ସଫଳ ହୋଇଛି କି ନାହିଁ । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଯଦି ବିସିସିଆଇର ପ୍ରସ୍ତାବର ଧୋନି ରାଜି ହୁଅନ୍ତି । ତେବେ ଏହା ଟିମ୍‌ ଇଣ୍ଡିଆ ବେଶ୍‌ ଲାଭଦାୟକ ହେବ ବୋଲି କ୍ରୀଡା ସମୀକ୍ଷକମାନେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଭାରତୀୟ ଦଳର ସବୁଠାରୁ ସଫଳ ଅଧିନାୟକ ରହିଛନ୍ତି ମହେନ୍ଦ୍ର ସିଂ ଧୋନି। ତାଙ୍କ ନେତୃତ୍ଵରେ ଭାରତୀୟ ଦଳ ସମସ୍ତ ଆଇସିସି ପ୍ରତିଯୋଗିତାରେ ଟ୍ରଫି ହାସଲ କରିଛି। ତେବେ ପୂର୍ବରୁ ମଧ୍ୟ ଟିମ୍‌ ଇଣ୍ଡିଆର ମେଣ୍ଟର ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି ଧୋନି । ୨୦୨୧ରେ ୟୁଏଇରେ ହୋଇଥିବା ଟି-୨୦ ବିଶ୍ୱକପ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଟିମ୍‌ର ମେଣ୍ଟର ଭାବେ ଦାୟିତ୍ୱ ଦେଇଥିଲା ବିସିସିଆଇ ।

Related Posts