କାଶ୍ମୀର: ପୁଣି ଥରେ ତ୍ରିରଙ୍ଗାକୁ ଅପମାନ କରିଛନ୍ତି ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା । ତ୍ରିରଙ୍ଗା ପତାକାକୁ ନେଇ ଅତି ସମ୍ୱେଦନହୀନ ଶବ୍ଦ ର ବ୍ୟବହାର କରିଛନ୍ତି। ପ୍ରତି ଘରେ ତ୍ରିରଙ୍ଗା ପ୍ରଶ୍ନ ଉପରେ ଜବାବ ଦେଇ ତାକୁ ନିଜ ଘରେ ରଖିବାକୁ ସାମ୍ୱାଦିକଙ୍କୁ କହିଛନ୍ତି । ଏହି ବୟାନ ପରେ ଏବେ ବିବାଦ ଘେରରେ ଫାରୁକ ଅବଦୁଲା। ବିଜେପିର ରାଷ୍ଟ୍ରୀୟ ମହାସଚିବ ସିଟି ରବି ଫାରୁକଙ୍କୁ ଗଦ୍ଦାର କହିବା ସହ ତାଙ୍କୁ ଜେଲରେ ଭର୍ତ୍ତି କରିବା ଦରକାର ବୋଲି କହିଛନ୍ତି।
ଶ୍ରୀନଗରରେ ଫାରୁକ ଅବଦୁଲା ତ୍ରିରଙ୍ଗାକୁ ଅପମାନ କଲା ଭଲି ବୟାନ ଦେବା ପରେ ନୂଆ ବିବାଦ ସୃଷ୍ଟି ହୋଇଛି । ଜାମ୍ମୁ କାଶ୍ମୀରରେ ଚାଲିଥିବା ପ୍ରତି ଘରେ ତ୍ରିରଙ୍ଗା କ୍ୟାମ୍ପେନ ଉପରେ ଫାରୁକଙ୍କୁ ଜଣେ ସ୍ଥାନୀୟ ସାମ୍ୱାଦିକ ପ୍ରଶ୍ନ କରିଥିଲେ। ଏହା ଉପରେ ତାଙ୍କ ମତ କଣ ବୋଲି ପଚାରିଥିଲେ। ତେବେ ଏହା ଉପରେ ମୁହଁ ଖୋଲି ଫାରୁକ ଅବଦୁଲା ତ୍ରିରଙ୍ଗାକୁ ହିଁ ଅପମାନ କରିଥିଲେ । ସ୍ଥାନୀୟ କାଶ୍ମୀରୀ ଭାଷରେ ଜବାବ ଦେଇ କହିଥିଲେ, ‘ପନ୍ନି କେରି ଥାଓ’। ଏହାର ଅର୍ଥ- ନିଜ ଘରେ ରଖିବା।
ସୂଚନାଯୋଗ୍ୟ, ଜାମ୍ମୁ କାଶ୍ମୀରର ଗ୍ରାମୀଣ ବିଭାଗ ଏକ ନିର୍ଦ୍ଦେଶ ଜାରି କରି ପ୍ରତି ଘରେ ତ୍ରିରଙ୍ଗା ଅଭିଯାନକୁ ସଫଳ କରିବା ପାଇଁ ଅପିଲ କରିଛି। ଏବେ ଫାରୁକଙ୍କ ଏହି ବିବାଦୀୟ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
