ନୂଆଦିଲ୍ଲୀ: ଇଡି ଜାଲରେ ଫସିଛନ୍ତି ଜମ୍ମୁ କଶ୍ମୀରିର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦ୍ଦୁଲା । ବ୍ୟାଙ୍କ ଦୁର୍ନୀତି ମାମଲାରେ ଗୁରୁବାର ତାଙ୍କୁ ଘଣ୍ଟା ଘଣ୍ଟା ଧରି ଜେରା କରିଥିଲା ଇଡି। ତେବେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ବିନା କୌଣସି ପ୍ରମାଣ ଓ ଦୋଷ ରେ ମୋତେ ଜାଣିଶୁଣି ହଇରାଣ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି ।

ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛି। ଯଦି ପରବର୍ତ୍ତୀ ସମୟରେ ସେମାନେ ଡାକନ୍ତି ମୁଁ ତାଙ୍କୁ ସହଯୋଗ କରିବି। ଜମ୍ମୁ କଶ୍ମୀରିର ଏକ ବ୍ୟାଙ୍କ ଦୁର୍ନୀତୀ ମାମଲାରେ ସିବିଆଇର ଏକ ଏତଲା ଅଧାରରେ ଇଡି ଉମର ଅବଦ୍ଦୁଲାଙ୍କୁ ଆଜି ଜେରା କରିଥିଲା। ଜମ୍ମୁ କଶ୍ମୀର ବ୍ୟାଙ୍କ ସହିତ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ପଚରାଉଚରା କରିଛି । ଦିଲ୍ଲୀରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ କାର୍ଯ୍ୟାଳୟରେ ଆଜି ଦିନ ୧୧ ଟାରୁ ତାଙ୍କୁ ପଚରା ଉଚୁରା କରାଯାଇ ଥିଲା। ।

ଉମର ଅବଦୁଲ୍ଲାଙ୍କୁ ଇଡି ପକ୍ଷକୁ କରାଯାଉଥିବା ପଚାଉଚରା କଥା ସାମ୍ନାକୁ ଆସିବା ପରେ ତାଙ୍କ ଦଳ ପକ୍ଷରୁ ବୟାନ ଜାରି କରାଯାଇଛି । ନ୍ୟାସନାଲ କନଫେରେନ୍ସର ଟୁଇଟର ହ୍ୟାଣ୍ଡେଲରେ କୁହାଯାଇଛିଯେ, ଜମ୍ମୁକାଶ୍ମୀର ନ୍ୟାସନାଲ କନଫେରେନ୍ସର (ଜେକେଏନ୍‌ସି)ର ଉପାଧ୍ୟକ୍ଷ ଉମର ଅବଦୁଲ୍ଲାଙ୍କୁ ଦିଲ୍ଲୀରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ପାଇଁ କୁହାଯାଇଥିଲା। ଏକ ତଦନ୍ତ ପ୍ରକ୍ରିୟାରେ ତାଙ୍କର ଉପସ୍ଥିତି ଜରୁରି ଅଛି ବୋଲି କୁହାଯାଇଥିଲା ।