ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ଏକ ବର୍ଷ ଜେଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ । ତେବେ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଦିଗବିଜୟ ସିଂହଙ୍କୁ ଇନ୍ଦୋର କୋର୍ଟ ୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସେପଟେ ୨୦୧୧ ମସିହାରେ ହୋଇଥିବା ଏହି ଆକ୍ରମଣରେ ଆଉ ୬ ଜଣଙ୍କ ସମ୍ପୃକ୍ତି ଥିବା କୋର୍ଟ ପକ୍ଷରୁ କୁହାଯାଇଥିବାବେଳେ ପ୍ରମାଣ ଅଭାବରୁ ୩ ଜଚ୍ଚଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି । କୋର୍ଟ ପ୍ରତ୍ୟେକ ଦୋଷୀଙ୍କୁ ୨୫,୦୦୦ ଟଙ୍କାରେ ପ୍ରଦାନ କରିଥିଲେ। ଏନେଇ କଂଗ୍ରେସ ନେତା କହିଛନ୍ତି, “ଏହା ଏକ ୧୦ ବର୍ଷ ପୁରୁଣା ମାମଲା ଯେଉଁଥିରେ ମୋ ନାମରେ ମାମଲା ମଧ୍ୟ ରୁଜୁ ହୋଇନଥିଲା । କିନ୍ତୁ ପରେ ରାଜନୈତିକ ଚାପରେ ମୋ ନାମକୁ ଏଥିରେ ଯୋଡା ଯାଇଥିଲା।

ଷଡ଼ଯନ୍ତ୍ର କରି ମୋତେ ଫସେଇବା ପାଇଁ ଚେଷ୍ଟା କରାଯାଉଛି । ମୁଁ ହାଇକୋର୍ଟରେ ଆବେଦନ କରିବି ବୋଲି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି । ଅନ୍ୟପଟେ ୨୦୧୧ ମସିହାରେ ଦିଗବିଜୟ ସିଂହ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବାବେଳେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ କଳା ପତାକା ପ୍ରଦର୍ଶନ କରାଯାଇଥିଲା । ଏଥିରେ କଂଗ୍ରେସ ଓ ବିଜେପି ଯୁବ ମୋର୍ଚ୍ଚା କର୍ମୀ ମୁହାଁମୁହିଁ ହୋଇଥିଲେ । ଏହା ପରେ କଂଗ୍ରେସ କର୍ମୀ ମରାଣାନ୍ତକ ଆକ୍ରମଣ କରିଥିବା ନେଇ ଯୁବ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଥିଲା । ବର୍ତ୍ତମାନ ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts