ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଆଜି ସନ୍ଧ୍ୟା ସାଢ଼େ ୫ ଟାରେ ଦେହାନ୍ତ ହୋଇଯାଇଛି। କରୋନାରୁ ସମ୍ପୂର୍ଣ ସୁସ୍ଥ ହେବା ପୂର୍ବରୁ ସେ ସେପ୍ଟିସେମିଆଆରେ ଆକ୍ରାନ୍ତ ହୋଇଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଦେହାନ୍ତ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ୧୯୫୩ ମସିହାରେ ବିଜୟଶ୍ରୀ ଜନ୍ମ ଗ୍ରହଣ କରିଥିଲେ । ରେଭେନ୍ସା କଲେଜରେ ଅଧ୍ୟାପକ ଥିବା ବିଜୟଶ୍ରୀ ୧୯୮୦ରେ ଚାକିରିରୁ ଇସ୍ତଫା ଦେଇ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ । ପ୍ରଥମ ଥର ପାଇଁ ୧୯୯୦ରେ ସେ ଭଦ୍ରକର ବାସୁଦେବପୁରରୁ ନିର୍ବାଚନ ମଣ୍ଡଳିରୁ ଜନତା ଦଳ ଟିକେଟରେ ନିର୍ବାଚନ ଲଢିଥିଲେ ଓ ଜିତିଥିଲେ । ବିଜୟଶ୍ରୀ ରାଜସ୍ଵ, ସ୍ବାସ୍ଥ୍ୟ, ଜଙ୍ଗଲ ଓ ପରିବେଶ ଆଦି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ  ଭାବେ ଦାୟିତ୍ୱ ତୁଲାଇଛନ୍ତି। ଵିଜୟଶ୍ରୀଙ୍କ ମୃତ୍ୟୁରେ ଜନ୍ମଭୂମି ଵାସୁଦେଵପୁର ଓ ଭଦ୍ରକରେ ଏଵେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଏକମାତ୍ର ପୁଅ ହେଉଛନ୍ତି ବିଜୟଶ୍ରୀ। ବାସୁଦେବପୁର ନିର୍ବାଚନ ମଣ୍ଡଳିରୁ  ଵହୁଵାର ବିଧାୟକ ଭାବେ ନିର୍ଵାଚିତ ହୋଇଛନ୍ତି।

Related Posts