AICC ପ୍ୟାନେଲ୍ ସହ ସାକ୍ଷାତ ପରେ ବି ନିଜ ଷ୍ଟାଣ୍ଡ ରେ କାଏମ ସିଦ୍ଧୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା ବିବାଦକୁ ସମାଧାନ କରିବା ପାଇଁ କଂଗ୍ରେସ ହାଇକମାଣ୍ଡ ବିଧାୟକ, ମନ୍ତ୍ରୀ ଓ ରାଜ୍ୟ ନେତା ମାନଙ୍କୁ ଦିଲ୍ଲୀ ଡକାଇଛନ୍ତି। ଅନ୍ୟପଟେ ମଙ୍ଗଳବାର ଦିନ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଦିଲ୍ଲୀ ଆସି ହାଇ କମାଣ୍ଡଙ୍କ ଦ୍ବାରା ଗଠନ ହୋଇଥିବା ପ୍ୟାନେଲ ସହ ସାକ୍ଷାତ କରିଛନ୍ତି। ମିଳିଥିବା ସୂଚନା ମୁତାବକ ସାକ୍ଷାତ ସମୟରେ ସିଦ୍ଧୁ କୋଟକପୁରା ଗୁଳିକାଣ୍ଡ ଘଟଣାରେ ତାଙ୍କ ଆଭିମୁଖ୍ୟକୁ ଦୋହରାଇଥିଲେ। ଏହି ଘଟଣାର ବାଦଲ ମାନଙ୍କ ଭୂମିକାର ପର୍ଦ୍ଦାଫାସ୍ କରିବାରେ କ୍ୟାପଟେନ ଅମରିନ୍ଦର ସିଂ ସରକାର ବିଫଳ ହୋଇଥିବା ସେ କହିଥିଲେ । ୨୦୧୯ ଜୁଲାଇ ମାସରେ ସେ କ୍ୟାବିନେଟ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିଲେ। ସାକ୍ଷାତ ପରେ ସିଦ୍ଧୁ କହିଛନ୍ତି ଯେ, କଂଗ୍ରେସ ହାଇକମାଣ୍ଡଙ୍କ ଡାକରା ପାଇ ମୁଁ ଏଠାକୁ ଆସିଛି। ପଞ୍ଜାବ ଲୋକଙ୍କ ସ୍ବର ଦିଲ୍ଲୀ ପର୍ଯ୍ୟନ୍ତ ପହଁଞ୍ଚେଇବା ପାଇଁ ମୁଁ ଆସିଛି। ମୁଁ ପଞ୍ଜାବର ସତ୍ୟ ଓ ବାସ୍ତବତା ବିଷୟରେ କହିଛି ବୋଲି ସେ କହିଛନ୍ତି। ସିଦ୍ଧୁ ଆହୁରି କହିଛନ୍ତି ଯେ, ମୋର ଷ୍ଟାଣ୍ଡ ହେଉଛି ପଞ୍ଜାବ ଲୋକ ମାନଙ୍କର ଗଣାତାନ୍ତ୍ରିକ ଶକ୍ତି ଅଛି। ସେମାନେ ଏହା ପାଇବା ଉଚିତ୍। ସିଦ୍ଧୁ କହିଛନ୍ତି ଯେ ତାଙ୍କର ଏଜେଣ୍ଡା ହେଉଛି ପଞ୍ଜାବର ଲୋକଙ୍କ ଶକ୍ତି, ସେମାନେ ଦେଉଥିବା ଟ୍ୟାକ୍ସ ଯେକୌଣସି ଭାବେ ସେମାନଙ୍କ ନିକଟକୁ ଫେରିବା ଉଚିତ୍। ଯାହା ସତ୍ୟ ଅଟେ ମୁଁ ସମ୍ପୂର୍ଣ୍ଣ ଭାବେ ବର୍ଣ୍ଣନା କରି ଆସିଛି। ନବଜୋତ ସିଂ ସିଦ୍ଧୁ ଆହୁରି କହିଛନ୍ତି ଯେ, ସତ୍ୟ ଗ୍ରହଣ କରାଯାଇ ପାରେ ସତ୍ୟ କେବେ ପରାସ୍ତ ହୋଇପାରିବ ନାହିଁ। ଆମେ ପଞ୍ଜାବକୁ ଜିତେଇବାକୁ ପଡ଼ିବ। ଆମକୁ ପଞ୍ଜାବର ବିଜୟ ନିଶ୍ଚିତ କରିବାକୁ ପଡିବ। ପଞ୍ଜାବର ପ୍ରତ୍ୟେକ ନାଗରିକଙ୍କୁ ଶାସନରେ ଅଂଶଗ୍ରହଣ କରିବାକୁ ପଡିବ। ଆମକୁ ପଞ୍ଜାବ ବିରୋଧୀ ସମସ୍ତ ଶକ୍ତିକୁ ପରାସ୍ତ କରିବାକୁ ପଡିବ ବୋଲି ସିଦ୍ଧୁ କହିଛନ୍ତି । AICC ପ୍ୟାନେଲ୍ ମଧ୍ୟ ଦୈନିକ ୨୫ ବିଧାୟକଙ୍କ ଏକ ବ୍ୟାଚ୍ କୁ ଭେଟୁଛି ଏବଂ ହାଇ କମାଣ୍ଡରେ ରିପୋର୍ଟ ଦାଖଲ କରିବା ପୂର୍ବରୁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ବୋଲି ଆଶା କରାଯାଉଛି। ସୂତ୍ରରୁ ପ୍ରକାଶ ଯେ ବୈଠକରେ ସିଦ୍ଧୁ ତାଙ୍କ ଷ୍ଟାଣ୍ଡରେ କାଏମ୍ ରହିଥିଲେ । ବିନା କୌଣସି ଗଠବନ୍ଧନରେ
ଶାସନ କରୁଥିବା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରିବା ସପକ୍ଷରେ ଦଳ ନାହିଁ ଅପପକ୍ଷରେ ସିଦ୍ଧୁଙ୍କ ‘ଭୋଟ୍ ଦଖଲ’ କ୍ଷମତାକୁ ମଧ୍ୟ ଦଳ ଅଣଦେଖା କରିପାରିବ ନାହିଁ। ପାର୍ଟି ହାଇ କମାଣ୍ଡ ଏହାର ଅନ୍ୟ ବିକଳ୍ପ ଗୁଡିକ ଉପରେ ମଧ୍ୟ ତର୍ଜମା କରୁଛି ଏବଂ ଦୁଇଜଣ ଡେପୁଟି ସିଏମ୍ ରଖିବା ନେଇ ଚିନ୍ତା କରୁଛି। ସେଥିମଧ୍ୟରୁ ଜଣେ ଦଳିତ ଏବଂ ଅନ୍ୟଟି ସିଦ୍ଧୁ ହୋଇପାରନ୍ତି ।

Related Posts