ପୂର୍ବତନ ବିଧାୟକ ଅରୁଣ ଦେ’ଙ୍କ ପରଲୋକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପରଲୋକରେ ବାଲେଶ୍ୱରର ପୂର୍ବତନ ବିଧାୟକ ଅରୁଣ ଦେ । ସୋମବାର ସଂଧ୍ୟାରେ ତାଙ୍କର ୭୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସଂଧ୍ୟା ୭ଟା ୨୦ରେ ତାଙ୍କର ମୃତ୍ୟୁ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ସେ ଗତ କିଛି ଦିନ ହେବ ସେ ଚିକିତ୍ସିତ ହେଉଥିଲେ । ସେ ବାଲେଶ୍ୱର ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଅରୁଣ।

୩ଥର ଏନସିପିରୁ, ଥରେ ଓଜିପିରୁ ଓ ଥରେ ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିଲେ। ୧୯୪୬ ମସିହାର ଅପ୍ରେଲ ମାସ ୩୦ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଅରୁଣ ଦେ ଜନ୍ମଗ୍ରହଣ କରିଥିଲେ । ସେ କଳାରେ ସ୍ନାତକ ଏବଂ ଓକିଲାତି ପଢ଼ିବା ପରେ ଜଣେ ଆଇନଜୀବି ଭାବରେ କାର୍ଯ୍ୟ କରୁଥିଲେ ।

ବାମପନ୍ଥୀ ଚିନ୍ତାଧାର ସହ ଜଡ଼ିତ ଅରୁଣ ଦେ ୧୯୭୧ରେ ସିପିଆଇରେ ଯୋଗ ଦେଇଥିଲେ । ସିପିଆଇ ଦଳ ସହ ୧୯୯୪ ସହ ଜଡ଼ିତ ଥିଲେ । ସିପିଆଇ ପ୍ରାର୍ଥୀ ଭାବେ ସେ ତିନି ଥର ବାଲେଶ୍ୱର ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ । ୧୯୭୪, ୧୯୮୦ ଓ ୧୯୯୦ ମସିହାରେ ସେ ସିପିଆଇର ପ୍ରାର୍ଥୀ ଭାବରେ, ୧୯୯୫ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଏବଂ ୨୦୦୪ ମସିହାରେ ଓଡ଼ିଶା ଗଣ ପରିଷଦର ପ୍ରାର୍ଥୀ ଭାବରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅରୁଣ ସିପିଆଇ ପ୍ରାର୍ଥୀ ଭାବେ ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୧୯୭୪ ମସିହାରୁ ୧୯୭୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।

Related Posts