ଉଦାହରଣ ସୃଷ୍ଟି କଲେ ପୂର୍ବତନ ବିଧାୟକ ନବୀନ ନନ୍ଦ; ପୁଅ ମୃତ୍ୟୁ ପରେ ବୋହୂର କରାଇଲେ ଦ୍ୱିତୀୟ ବିବାହ

ଭୁବନେଶ୍ୱର,୨୫/୧(ସତ୍ୟପାଠ ବ୍ୟୁରୋ): ବିରାଟ ଉଦାହରଣ ସୃଷ୍ଟି କରିଛନ୍ତି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ। ନିଜ ପୁଅକୁ ହରାଇବାର ପ୍ରାୟ ଦେଢବର୍ଷ ପରେ ଏକୁଟିଆ ହୋଇ ଯାଇଥିବା ବୋହୂ ମଧୁସ୍ମିତାଙ୍କର ଦ୍ୱିତୀୟ ବିବାହ କରାଇ ଚର୍ଚ୍ଚାକୁ ଆସିଛନ୍ତି ନବୀନ। ତେବେ ଦୁଇ ପରିବାରର ସହମତି କ୍ରମେ ଏହି ବିବାହ ସଂପନ୍ନ ହୋଇଥିବା ଜଣାଯାଇଛି ।

ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଲକ୍ଷ୍ମୀ ମନ୍ଦିରରେ ନିରାଡ଼ମ୍ବର ଭାବେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ତେବେ ମଧୁସ୍ମିତା କାହାକୁ ବିବାହ କଲେ ତାଙ୍କର ପରିଚୟ ସ୍ପଷ୍ଟ ହୋଇ ନାହିଁ ।

ସୂଚନାଯୋଗ୍ୟ ଯେ, ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ବଡ଼ ପୁଅ ସମ୍ବିତ ନନ୍ଦ କୋଭିଡରେ ଆକ୍ରାନ୍ତ ହୋଇ ୨୦୨୧ରେ ମେ ୨୨ ତାରିଖରେ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୮ ବର୍ଷ ହୋଇଥିଲା।

Related Posts