ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାରୁ ୨୧ଜଣ ପୁଲିସ ଓ ପ୍ରତିରକ୍ଷା କର୍ମଚାରୀଙ୍କୁ ମିଳିବ ପଦକ

ଭୁବନେଶ୍ୱର,୨୫/୧(ସତ୍ୟପାଠ ବ୍ୟୁରୋ): ୨୦୨୩ ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ପାଇଁ ପ୍ରମୋଦ କୁମାର ଦଳାଇଙ୍କୁ, ଭଲ୍ୟୁଣ୍ଟର୍‌ (ସିଡି) ‘ରାଷ୍ଟ୍ରପତିଙ୍କ ହୋମଗାର୍ଡ’ ମେଡାଲ୍‌’ ଓ ‘ସିଭିଲ୍‌ ଡିଫେନ୍ସ ମେଡାଲ୍‌’ ପାଇଁ ମନୋନୀତ କରାଯାଇଛି। ସେହିପରି, ଉଲ୍ଲେଖନୀୟ ସେବା ପାଇଁ ‘ହୋମଗାର୍ଡ ଓ ଡିଫେନ୍ସ’ ପଦକ ପାଇଁ ହୋମଗାର୍ଡ ପ୍ରତାପ ଚନ୍ଦ୍ର ଖଣ୍ଡୁଆଳ, ବାବୁଲି ହାତୀ, ପ୍ରମୋଦ କୁମାର ସାହୁ ଓ ବିପିନ ବିହାରୀ ବିଶ୍ବାଳ ମନୋନୀତ ହୋଇଛନ୍ତି ।

ଏହାଛଡ଼ା, ୨୦୨୩ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨ଜଣ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତିଙ୍କ ପୁଲିସ ପଦକ ପାଇବେ। ସେମାନେ ହେଉଛନ୍ତି, କଟକରେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଧୀରେନ୍ଦ୍ର ସମ୍ଭାଜୀ କୁଟେ ଏବଂ କଟକସ୍ଥିତ ଦୁର୍ନୀତି ନିବାରଣ ନିର୍ଦେଶାଳୟରେ କାର୍ଯ୍ୟରତ କନେଷ୍ଟବଳ ପ୍ରହ୍ଲାଦ କୁମାର ରାଉତ କନେଷ୍ଟବଳ।

ତେବେ ଉଲ୍ଲେଖନୀୟ ସେବା ନିମନ୍ତେ ସାଧାରଣତନ୍ତ୍ର ଦିବସ ୨୦୨୩ ଅବସରରେ ଓଡ଼ିଶାରୁ ୧୧ଜଣ ପୁଲିସ ପଦକ ପାଇବେ। ସେମାନେ ହେଲେ, ଭଦ୍ରକର ଅତିରିକ୍ତ ଏସ୍‌.ପି. ଯତୀନ୍ଦ୍ର କୁମାର ପଣ୍ଡା ଓ ପ୍ରଦ୍ୟୁମ୍ନ କୁମାର ମିଶ୍ର, ସୁନ୍ଦରଗଡ଼ ଭିଜିଲାନ୍‌ସ୍‌ ୟୁନିଟର ‘ଏସଡିପି’ ସୁଧାଂଶୁଶେଖର ପୂଜାରୀ, ଭୁବନେଶ୍ବର ‘ଏସିପି’ ହିମାଂଶୁଭୂଷଣ ସ୍ବାଇଁ, ଭୁବନେଶ୍ବରସ୍ଥି ‘ବିପିଏସପିଏ’ର ଡେପୁଟି କମାଣ୍ଡାଣ୍ଟ୍‌ ଜ୍ଞାନେନ୍ଦ୍ର କୁମାର ଦାସ, ଭୁବନେଶ୍ବରସ୍ଥିତ ସିକ୍ୟୁରିଟି ୱିଙ୍ଗ୍‌ ଇନ୍ସପେକ୍ଟର୍‌ ଅରୁଣ ବଳିଆରସିଂହ, ବ୍ରହ୍ମପୁର ଭିଜିଲାନ୍‌ସ ଡିଭିଜନର ‘ଏସଆଇ’ ଯୁଗଳକିଶୋର ପ୍ରଧାନ, କଟକ ନୂଆପାଟଣାର କନେଷ୍ଟବଳ ସରୱରଦ୍ଦୀନ୍ ଖାଁ, ଭୁବନେଶ୍ବରସ୍ଥିତ ‘ଏସସିଆରବି’ର ପୁଲିସ ‘ଏଏସଆଇ’ (କମ୍ପ୍ୟୁଟର୍‌) ବିଜ୍ଞାନଭୂଷଣ ମହାନ୍ତି, ଭୁବନେଶ୍ବରର ପୁଲିସ ଡ୍ରିଲ୍‌ ଇନସ୍ପେକ୍ଟର୍‌ ଅନୀଲ କୁମାର ମିଞ୍ଜ ଓ ରାଉରକେଲାସ୍ଥିତ ୪ର୍ଥ ବାଟାଲିୟନ୍‌ର ସିପାହୀ ପ୍ରଦୀପ କୁମାର ବେହେରା।

ସେହିଭଳି ରାଷ୍ଟ୍ରପତିଙ୍କ ‘ଫାୟାର୍‌ ସର୍ଭିସ୍‌ ମେଡାଲ୍‌’ ପାଇବେ ଲିଡିଙ୍ଗ୍‌ ଫାୟାରମ୍ୟାନ୍‌ କାଳିଚରଣ ଶବର, ଡ୍ରାଇଭର୍‌ ହାବିଲଦାର ବିପଦଭଞ୍ଜନ ବେହେରା ଏବଂ ଡ୍ରାଇଭର୍‌ ହାବିଲଦାର୍‌ ନକୁଳ ନାୟକ।

Related Posts