ବିଜେଡିରେ ମିଶିଲେ ରେଙ୍ଗାଲିର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗରଡିଆ

ଭୁବନେଶ୍ୱର,୨୧/୫(ସତ୍ୟପାଠ ବ୍ୟୁରୋ):  ବିଜେଡିରେ ମିଶିଲେ ରେଙ୍ଗାଲିର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗରଡିଆ। ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରେଙ୍ଗାଲିର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗରଡିଆ ଓ ଅନେକ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରଣବ ଦାସଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର।

ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗରଡିଆ ଅନେକ ବିକାଶ କାମ କରିଛନ୍ତି। ତାଙ୍କର ବିଜେଡିରେ ଯୋଗଦାନ କେବଳ ରେଙ୍ଗାଲିରେ ବିଜେଡିକୁ ସଶକ୍ତ କରିବ ନାହିଁ, ରେଙ୍ଗାଲି ଓ ସମ୍ବଲପୁର ଲୋକସଭାରେ ବଡ଼ ବିଜୟ କରାଇବ। କାରଣ ବଡ଼ ବଡ଼ ନେତା ବିଜେଡିରେ ମିଶୁଛନ୍ତି। ଦଳ ଆହୁରି ସଶକ୍ତ ହେବ ବୋଲି ସାଂସଦ ସସ୍ମିତ ପାତ୍ର କହିଛନ୍ତି।

Related Posts