ପେଗାସସ୍ ଜାସୁସି ତାଲିକାରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅରୁଣ ମିଶ୍ର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପେଗାସସ୍ ଜାସୁସି ତାଲିକାରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି। ଦ ୱୟାର ରିପୋର୍ଟ ଅନୁଯାୟୀ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଅରୁଣ ମିଶ୍ର ଏବଂ ରିଟ ବିଭାଗରେ ନିଯୁକ୍ତ ଦୁଇଜଣ କର୍ମଚାରୀ ମଧ୍ୟ ସମ୍ଭାବିତ ପେଗାସସ୍ ସ୍ପାଏୱେୟାର ଦ୍ୱାରା ଟାର୍ଗେଟ ତାଲିକାରେ ରହିଛି।

୨୦୧୯ ରେ ଜଷ୍ଟିସ୍ ମିଶ୍ରଙ୍କ ନାମରେ ରାଜସ୍ଥାନର ଏକ ନମ୍ବର ପୂର୍ବରୁ ପଞ୍ଜୀକୃତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ସୂଚନା ଥାଉକି ଜଷ୍ଟିସ୍ ମିଶ୍ର ସେପ୍ଟେମ୍ବର ୨୦୨୦ରେ ସୁପ୍ରିମକୋର୍ଟର ବିଚାରପତି ପଦରୁ ଅବସର ନେଇଥିଲେ ଏବଂ ବର୍ତ୍ତମାନ ସେ ଜାତୀୟ ମାନବ ଅଧିକାର ଆୟୋଗ (NHRC) ର ମୁଖ୍ୟ ଅଟନ୍ତି। ରିପୋର୍ଟ ଅନୁଯାୟୀ ଜଷ୍ଟିସ ମିଶ୍ର ୨୧ ଏପ୍ରିଲ ୨୦୧୪ ରେ ଏହି ନମ୍ବରକୁ ହଟାଇ ଦେଇଥିଲେ।
ପେଗାସସ୍ ଗୁପ୍ତଚର ମାମଲାରେ ସମ୍ଭାବ୍ୟ ଟାର୍ଗେଟ ତାଲିକାରେ ପଳାତକ ହୀରା ବ୍ଯବସାୟୀ ନିରବ ମୋଦୀ ଏବଂ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କାରବାର ସଂପର୍କରେ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିବା ବ୍ରିଟିଶ ମଧ୍ୟସ୍ଥି ଖ୍ରୀଷ୍ଟିଆନ ମିସେଲଙ୍କ ବିରୋଧରେ ଲଢୁ ଥିବା ଓକିଲ ମଧ୍ୟ ପେଗାସସ୍ ଟାର୍ଗେଟ ଲିଷ୍ଟରେ ଅଛନ୍ତି।
ପ୍ରଧାନ ବିଚାରପତି ଏନ ଭି ରମନା ଏବଂ ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କ ଦୁଇ ଜଣିଆ ବେଞ୍ଚ୍ ଗୁରୁବାର ଅର୍ଥାତ୍ ଆଜି ଏହି ମାମଲାର ଶୁଣାଣି କରିବେ। ବେଞ୍ଚରେ ଥିବା ଅନ୍ୟ ଜଜ୍ ହେଉଛନ୍ତି ।

ଜୁଲାଇ ୧୮ ରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଆନ୍ତର୍ଜାତୀୟ ଗଣମାଧ୍ୟମ ସମୂହ ଏହି ରିପୋର୍ଟ ପ୍ରକାଶ କରିଥିଲା। ରିପୋର୍ଟ ଅନୁଯାୟୀ ଇସ୍ରାଏଲ୍ କଂପାନୀ NSO ର ପେଗାସସ୍ ସ୍ପାଏୱେୟାର ଜରିଆରେ ବିଭିନ୍ନ ଦେଶର ଓକିଲ, ସାମ୍ବାଦିକ, ଜଜ୍, ବିରୋଧୀ ଦଳର ନେତାଙ୍କ ମୋବାଇଲ ଫୋନ ଟ୍ୟାପିଂ କରାଯାଇଛି।
ଏହି ତାଲିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବଂ ପଶ୍ଚିମବଙ୍ଗର ମୁଖାର୍ଜୀ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ସମେତ ପ୍ରାୟ ୩୦୦ ଭାରତୀୟଙ୍କ ଏହି ପେଗାସସ୍ ଜାସୁସି ତାଲିକାରେ ରହିଛି।

ଏହି ପ୍ରସଙ୍ଗରେ ବିରୋଧୀ ଦଳ ପକ୍ଷରୁ ସୁପ୍ରିମକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ମାମଲାର ତଦନ୍ତ ଦାବି କରାଯାଉଥିବା ବେଳେ ସରକାର ଏହାକୁ ଏଡାଇ ଆସୁଛନ୍ତି। ଏପଟେ ଏହି ପ୍ରସଙ୍ଗକୁ ନେଇ ସଂସଦର ମୌସୁମୀ ଅଧିବେଶନ ଏକ ପ୍ରକାର ଠପ୍ ହୋଇଛି। ଏପଟେ ପଶ୍ଚିମବଙ୍ଗ ସରକାର ଏହି ମାମଲାର ଯାଞ୍ଚ ପାଇଁ ଦୁଇ ଜଣିଆ ତଦନ୍ତ କମିଶନ ଗଠନ କରିଛନ୍ତି।

ଟାର୍ଗେଟରେ ନ୍ୟାୟପାଳିକା

ପେଗାସସ୍ ଜାସୁସି ତାଲିକାରେ ସର୍ବୋଚ୍ଚ ଅଦାଲତର ଦୁଇଜଣ କର୍ମଚାରୀ ଯାହାଙ୍କ ନାମ ଏହି ଜାସୁସି ତାଲିକାରେ ରହିଛି ସେମାନେ ହେଉଛନ୍ତି ଏନ୍ କେ ଗାନ୍ଧୀ ଏବଂ ଟି ଆଇ ରାଜପୁତ । ତେବେ ଏନ୍ କେ ଗାନ୍ଧୀ ଅବସର ନେଇସାରିଥିବା ବେଳେ ରାଜପୁତ ଏବେବି ରେଜିଷ୍ଟ୍ରିରେ କାମ କରୁଛନ୍ତି। ଉଭୟଙ୍କ ଫୋନ୍ ନମ୍ବରଗୁଡିକ 2019 ରେ ସମ୍ଭାବ୍ୟ ଟାର୍ଗେଟରେ ଥିବା ନେଇ ରିପୋର୍ଟରେ ଦାବି କରାଯାଇଛି।

ସୁପ୍ରିମକୋର୍ଟରେ ରିଟ୍ ସେକ୍ସନ ସମ୍ବିଧାନର ଧାରା 32 ଅନୁଯାୟୀ ଦାଖଲ ହୋଇଥିବା ପିଆଇଏଲ ସମ୍ବନ୍ଧୀୟ ଦଲିଲଗୁଡ଼ିକର ରକ୍ଷଣାବେକ୍ଷଣ ସହିତ ଜଡିତ, ଯେଉଁଥିରେ କିଛି ରାଜନୈତିକ ସମ୍ବେଦନଶୀଳ ମାମଲା ମଧ୍ୟ ରହିଛି। ଧାରା 32 ଅନୁଯାୟୀ ଯଦି କୌଣସି ଅଧିକାରର ଉଲ୍ଲଙ୍ଘନ ହେଲେ ସର୍ବୋଚ୍ଚ ନ୍ୟାୟାଳୟ ନିକଟକୁ ଯିବାର ଅଧିକାର ରହିଛି ।

ସୁପ୍ରିମକୋର୍ଟର ରୋଷ୍ଟରଙ୍କ ଅନୁଯାୟୀ, ସାଧାରଣତଃ ପିଆଇଏଲ ଗୁଡିକ CJIଙ୍କ ଦ୍ୱାରା ପରିଚାଳିତ ଏକ ବେଞ୍ଚ ଦ୍ୱାରା ଶୁଣାଣି ହୋଇଥାଏ। ଆଡଭୋକେଟ ବିଜୟ ଅଗ୍ରୱାଲ ଏବଂ ତାଙ୍କ ପତ୍ନୀଙ୍କ ଫୋନ୍ ନମ୍ବର ମଧ୍ୟ 2018 ରେ ସମ୍ଭାବ୍ୟ ଜାସୁସି ଲିଷ୍ଟରେ ରହିଛି। ବିଜୟ ଅଗ୍ରୱାଲ ଭଗୋଡା ହୀରା ବ୍ଯବସାୟୀ ନୀରବ ମୋଦୀ ଏବଂ ତାଙ୍କ ମାମୁ ମେହୁଲ ଚୋକସିଙ୍କ କେସ୍ ଲଢିଥିଲେ।

ଏଥି ସହିତ, ମିସେଲଙ୍କ ଓକିଲ ଆଲଜୋ ପି ଜୋସେଫଙ୍କ ଫୋନ୍ ନମ୍ବର ମଧ୍ୟ 2019 ରେ ଏହି ତାଲିକାରେ ରହିଥିବା ନେଇ ରିପୋର୍ଟରେ ଦାବି କରାଯାଇଛି। ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲାରେ ମିସେଲଙ୍କୁ ଡିସେମ୍ବର 2018 ରେ ଭାରତକୁ ପ୍ରତ୍ୟାବର୍ତ୍ତନ କରାଯାଇଥିଲା। ତାଙ୍କ ପ୍ରତ୍ୟର୍ପଣ ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଏହାର ଶ୍ରେୟ ଦିଆଯାଇଥିଲା।

ଏହି ଡାଟାବେସରେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗିଙ୍କ ଜୁନିଅର ଏମ ଥାଙ୍ଗାଥୁରାଇଙ୍କ ନମ୍ବର ମଧ୍ୟ ରହିଛି। ରୋହତଗୀ ବରିଷ୍ଠ ଆଇନ ଅଧିକାରୀ ପଦରୁ ଇସ୍ତଫା ଦେବାର ଦୁଇ ବର୍ଷ ପରେ 2019 ରେ ଏହା ତାଲିକାର ତାଙ୍କ ନମ୍ବର ରହିଥିଲା।

Related Posts