
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପରଲୋକରେ ପୂର୍ବତନ କେନ୍ଦ୍ର ଗୃହ ସଚିବ । ହୃଦଘାତ ଯୋଗୁ ଆଜି ମହାରାଷ୍ଟ୍ରର ପୁଣେର ତାଙ୍କ ବାସଭବନରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ୧୯୯୩ରେ ଆଇଏଏସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପୂର୍ବରୁ ସେ କେନ୍ଦ୍ର ଗୃହ ବିଭାଗର ସଚିବ ଥିଲେ। ସେହିପରି ସେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ , ସହରାଞ୍ଚଳ ଉନ୍ନୟନ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଏହା ପୂର୍ବରୁ ସେ ମହାରାଷ୍ଟ୍ର ସରକାରଙ୍କ ମୁଖ୍ୟ ଅର୍ଥ ସଚିବ ଥିଲେ।