
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ କରୋନା ଉପରମୁହାଁ । ଦିଲ୍ଲୀ, ହରିଆଣା ଓ ଉତ୍ତର ପ୍ରଦେଶ । ଦେଶରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଥିବାବେଳେ ଏହି ୩ ରାଜ୍ୟର ପ୍ରମୁଖ ଯୋଗଦାନ ରହିଛି । ଗତ ସପ୍ତାହରେ ଦିଲ୍ଲୀରୁ ୬୩୨୬, ହରିୟାଣାରୁ ୨୨୯୬ ଓ ୟୁପିରୁ ୧୨୭୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ପୂର୍ବ ସପ୍ତାହ ତୁଳନାରେ ଦୁଇ ଗୁଣ ଅଧିକ ।
ତେବେ ଓମିକ୍ରନର ନୂଆ ପ୍ରଜାତି ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଛି, ନା ଟିକାର ଦ୍ୱିତୀୟ ଡୋଜ୍ ନେବା ପରେ ଦୀର୍ଘ ବ୍ୟବଧାନ ହୋଇଯିବାରୁ ଲୋକଙ୍କ ନିକଟରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ଯୋଗୁଁ ସଂକ୍ରମଣ ଉପରମୁହାଁ ହେଉଛି ତାହା ସ୍ପଷ୍ଟ ହୋଇନାହିଁ । ହେଲେ ଆଶ୍ୱସ୍ତିର କଥା ହେଉଛି ସଂକ୍ରମଣ ଉପରମୁହାଁ ହୋଇଥିଲେ ବି ମୃତ୍ୟୁ ସଂଖ୍ୟା ସେହି ଅନୁପାତରେ ବୃଦ୍ଧି ପାଉନାହିଁ ।