ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହିଳା ସଂରକ୍ଷଣକୁ ନେଇ ମଧ୍ୟରାତ୍ରୀ ଯାଏଁ ଚାଲିଲା ଗୃହକାର୍ଯ୍ୟ । ତେବେ ଆଲୋଚନାରେ ପ୍ରାୟ ୪୦ ଜଣ ସଦସ୍ୟ ଭାଗ ନେଇଥିଲେ। ଦିନ ୧୧ଟାରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ରାତି୧୨.୪୫ ପର୍ଯ୍ୟନ୍ତ ଚାଲିଲା ଗୃହକାର୍ଯ୍ୟ। ପ୍ରାୟ ୧୦ ଘଣ୍ଟା ଧରି ଆଲୋଚନା ଚାଲିଥିଲା। ସେପଟେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଇନ ୨୦୨୩କୁ କାର୍ଯ୍ୟକାରୀ କରିବା ପାଇଁ ସଂକଳ୍ପ ପାରିତ ହେଲା। ଗୋଟିଏ ଦିନରେ ୧୩ ଘଣ୍ଟା ୪୫ ମିନିଟ ଧରି ବିଧାନସଭା ଚାଲିଥିଲା। ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଅଧିବେଶନ ରାତି ୧୨.୪୫ ପର୍ଯ୍ୟନ୍ତ ଚାଲିଲା। ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ନେଇ ଦିନ ତମାମ ଗୃହରେ ସରଗରମ ଆଲୋଚନା ହୋଇଥିଲା।