ନିଯୁକ୍ତି ଲୋଭ ଦେଖାଇ ତାମିଲନାଡୁ ଚାଲାଣ ହେଉଥିବା ୬ ନାବାଳିକା ବିଜୟୱାଡାରୁ ଉଦ୍ଧାର, ଘଟଣାସ୍ଥଳରୁ ଦୁଇ ଦଲାଲ ଫେରାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଉଦ୍ଧାର ହେଲେ କେନ୍ଦୁଝର ଜିଲ୍ଲାର ୬ ଜଣ ନାବାଳିକା । ଚାକିରି କରାଇଦେବା ନାଁରେ କିଛି ଆଦିବାସୀ ନାବାଳିକାଙ୍କୁ ତାମିଲନାଡୁ ଚାଲାଣ କରାଯାଉଥିଲା । ହେଲେ ଆନ୍ଧ୍ର ପ୍ରଦେଶର ବିଜୟୱାଡା ରେଲୱେ ଷ୍ଟେସନରେ ଏହି ୬ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି ରେଲୱେ ପୋଲିସ ।ରୋଜଗାର ଯୋଗାଇ ଦେବାକୁ କହି ସେମାନଙ୍କୁ ତାମିଲନାଡୁ ନେଉଥିଲେ ଅନିଲ ଓ ଚାନ୍ଦୁ ମୁଣ୍ଡା ନାମକ ଦଲାଲ । ତେବେ ଘଟଣାସ୍ଥଳରୁ ଫେରାର୍ ମାରିଛନ୍ତି ନାବାଳିକାଙ୍କୁ ଚାଲାଣ କରୁଥିବା ଉଭୟ ଦଲାଲ । ଘଟଣା ପରେ ସମସ୍ତ ନାବାଳିକାଙ୍କ ପରିବାରକୁ ସୂଚନା ଦିଆଯାଇଥିଲା । ପରିବାର ଲୋକେ ଅନ୍ତର୍ଜାତୀୟ ମାନବାଧିକାର ପରିଷଦର ସହାୟତାରେ ସମସ୍ତଙ୍କୁ ବିଜୟୱାଡାରୁ ଉଦ୍ଧାର କରିଥିଲେ । ନାବାଳିକାଙ୍କୁ ଚାକିରି କରାଇଦେବା ନାଁରେ ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି ।

Related Posts