ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହରିୟାଣାରେ ବେଆଇନ ଖଣି ମାଫିଆଙ୍କ ଦ୍ୱାରା ଡିଏସପି ସୁରେନ୍ଦ୍ର ସିଂ ବିଷ୍ଣୋଇଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । ଏହା ମଧ୍ୟରେ ହରିୟଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବିବୃତି ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ମନୋହର ଲାଲ କହିଛନ୍ତି ଯେ ସେ ଡିଏସପିଙ୍କ ପରିବାର ସହ ଛିଡା ହୋଇଛନ୍ତି ଏବଂ ତାଙ୍କୁ ସହିଦ୍ ମାନ୍ୟତା ଦିଆଯିବ । ଏହା ସହିତ ପରିବାରକୁ ଏକ କୋଟି ଟଙ୍କା ଆର୍ଥିକ ସହାୟତା ମିଳିବ ଏବଂ ପରିବାରର ଜଣେ ବ୍ୟକ୍ତିଙ୍କୁ ସରକାରୀ ଚାକିରି ଦିଆଯିବ |

ଏହି ଘଟଣା ସମ୍ପର୍କରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ ଆଜି ଡିଏସପି ସୁରେନ୍ଦ୍ର ସିଂ ନୁହ ଜିଲ୍ଲାରେ ଡ୍ୟୁଟିରେ ଥିବାବେଳେ କୌଣସି ଖଣି ମାଫିଆଙ୍କର ଜଣେ ବ୍ୟକ୍ତି ତାଙ୍କ ଉପରେ ଗାଡି ଚଢାଇ ହତ୍ୟା କରିଛନ୍ତି |