ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାୟଗଡ଼ା କାଶୀପୁର ବ୍ଲକରେ ପହଞ୍ଚିଲେ ଭୁବନେଶ୍ୱରର ଆରଏମଆରସି ଡାକ୍ତରୀ ଟିମ୍‌। ଡାକ୍ତର ବିବି ପାଳଙ୍କ ନେତୃତ୍ୱରେ ୪ଜଣିଆ ଟିମ୍‌ କାଶୀପୁର ଗସ୍ତ କରିଛନ୍ତି। ଝାଡାବାନ୍ତିରେ ୭ଜଣଙ୍କ ମୃତ୍ୟୁ ପରେ ପ୍ରଭାବିତ ଅଞ୍ଚଳ ଯାଇ ମଳ, ମୂତ୍ର, ରକ୍ତ ଓ ପାଣିର ନମୁନା ସଂଗ୍ରହ କରିଛନ୍ତି ଡାକ୍ତରୀ ଟିମ୍। ପ୍ରଥମେ ଟିକିରି ଗସ୍ତ କରି ଚିକିତ୍ସାଧୀନ ରୋଗୀଙ୍କ ଲକ୍ଷଣ ଅନୁଧ୍ୟାନ କରିଛନ୍ତି।କାଶୀପପର ବ୍ଲକର ଟିକିର ମେଡିକାଲ, ଦୁଡୁକା ବାହାଲ ଓ ଟିିକିରି ଝୋଡ଼ିଆ ସାହି ଆକ୍ରାନ୍ତଙ୍କ ନମୂନା ସଂଗ୍ରହ କରିଛନ୍ତି।

ସେପଟେ କାଶୀପୁର ବ୍ଲକ୍‌ରେ ଝାଡାବାନ୍ତି ଆକ୍ରାନ୍ତଙ୍କ ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ପ୍ରତିକ୍ରିୟା ଆସିଛି। ମନ୍ତ୍ରୀ କହିଛନ୍ତି ରିପୋର୍ଟ ଆସିଲେ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ। ସିଡିଏମ୍‌ଓ ଓ ଜିଲ୍ଲାପାଳଙ୍କ ସହ କଥା ହୋଇ ଘଟଣାସ୍ଥଳକୁ ମେଡିକାଲ ଟିମ୍‌ ପଠାଯାଇଛି। ଡାଇରିଆ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ରିପୋର୍ଟ ଦେଖିବା ପରେ ଯାହା କାର୍ଯ୍ୟାନୁଷ୍ଠାନ ହେବା କଥା ହେବ। ଲୋକଙ୍କ ଜୀବନ ବଞ୍ଚାଇବାକୁ ପ୍ରାଥମିକତା ଦିଆଯାଉଛି। ପରେ କାରଣ କଣ ଦେଖାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।