ଜାଲ ସାର୍ଟିଫିକେଟ ଦେଇ ବିଜେବି କଲେଜରେ ଆଡମିଶନ କରିଛନ୍ତି ୮ ଜଣ ଛାତ୍ରଛାତ୍ରୀ; ଥାନାରେ ଏତଲା ଦେଲେ କଲେଜ କର୍ତ୍ତୃପକ୍ଷ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜାଲ ସାର୍ଟିଫିକେଟ ଦେଇ ବିଜେବି କଲେଜରେ ଆଡମିଶନ କରିଛନ୍ତି ୮ ଜଣ ଛାତ୍ରଛାତ୍ରୀ । ଏ ଖବର ସାମ୍ନାକୁ ଆସିବା ପରେ ବଡ଼ଗଡ଼ ଥାନାରେ ଏତଲା ଦେଲେ ବିଜେବି କଲେଜ କର୍ତ୍ତୃପକ୍ଷ । ତେବେ ଭଦ୍ରକ ପରେ ଏବେ ରାଜଧାନୀରେ ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦେଇ କଲେଜରେ ଆଡମିସନ୍ ହୋଇଥିଲା । ଏସଂପର୍କରେ ସୂଚନା ପାଇ ଛାନ୍ଭିନ୍ କରିଥିଲେ କଲେଜ କର୍ତ୍ତୃପକ୍ଷ । ତେବେ ତିନି ବର୍ଷର ତଥ୍ୟ ଯାଞ୍ଚ ପରେ ବିଜେବି କଲେଜରେ ୮ଜଣ ଛାତ୍ରଛାତ୍ରୀ ଜାଲ୍ ସାର୍ଟିଫିକେଟ ଦେଇ ଆଡମିସନ୍ କରିଛନ୍ତି ।

ଏନେଇ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ବରେ ଥିବା ନିରଞ୍ଜନ ମିଶ୍ର ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି । ପୁଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଏହି ସାର୍ଟିଫିକେଟ୍ କେମିତି ହାତେଇଲେ ? କିଏ ଏହି ସାର୍ଟିଫିକେଟ ଯୋଗାଇଛି ଓ କଲେଜର ଆଉ କିଛି ଛାତ୍ରଛାତ୍ରୀ ଏହି ଘଟଣାରେ ସଂପୃକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ ହେବ ବୋଲି ବିଜେବି କଲେଜର ଅଧ୍ୟକ୍ଷ କହିଛନ୍ତି ।

Related Posts