ରାଜ୍ୟ ବିଜେପିରେ କୌଣସି ପ୍ରତିଦ୍ୱନ୍ଦ୍ୱିତା ନାହିଁ; ୨୦୨୪କୁ ନଜରରେ ରଖି ଦଳ ପ୍ରସ୍ତୁତି କରୁଛି: ପୃଥ୍ୱୀରାଜ ଚୌହାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ହେଉ କିମ୍ବା ପୌର ନିର୍ବାଚନରେ ବିଜେପି ସେତେଟା ଭଲ ପ୍ରଦର୍ଶନ କରି ପାରି ନାହିଁ । ସେପଟେ ଓଡ଼ିଶା ରାଜନୀତିର ଦିଲ୍ଲୀ ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ରାଜ୍ୟ ବିଜେପିରେ କୌଣସି ପ୍ରତିଦ୍ୱନ୍ଦ୍ୱିତା ନାହିଁ । ରାଜ୍ୟ ବିଜେପି ୨୦୨୪ କୁ ନଜରରେ ରଖି ପ୍ରସ୍ତୁତି କରୁଛି । ମୋଦୀକୁ ଅପରାଜିତା ଭେଟିବା ଓ ନଡ୍ଡାଙ୍କୁ ସମୀର ମହାନ୍ତି ଭେଟିବାରେ କୌଣସି ଅସୁବିଧା ନାହିଁ । ଆଗାମୀ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ କେନ୍ଦ୍ର ମନ୍ତ୍ରୀ ଓଡିଶା ପାଇଁ ଅଧିକ ଫୋକସ୍ ଦେବା କଥା ସେ କହିଛନ୍ତି ।

ସେପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଭେଟିବା ପରେ ଫଟୋ ଟୁଇଟ୍ କରି ସୂଚନା ଦେଇଛନ୍ତି ଅପରାଜିତା । ଟୁଇଟରେ ଅପରାଜିତା ଲେଖିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । କିଛି ଦିନ ତଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡାଙ୍କୁ ଭେଟିଥିଲେ ରାଜ୍ୟ ସଭାପତି ସମୀର ମହାନ୍ତି ଓ ତାଙ୍କ ଟିମ୍ । ଦଳୀୟ ସଂଗଠନକୁ ସୁଦୃଢ କରିବା ଏବଂ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଡାକରାରେ ଦିଲ୍ଲୀ ଯାଇ ଆଲୋଚନା କରିଥିବା ସୂଚନା ଦେଇଥିଲେ ରାଜ୍ୟ ସଭାପତି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts