କଂଗ୍ରେସକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି, ବର୍ତ୍ତମାନ ଏକଜୁଟ ହୋଇ ଲଢ଼ିବାର ସମୟ: ସୋନିଆ ଗାନ୍ଧୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚଳିତଥର ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା । ପାଞ୍ଚଟି ରାଜ୍ୟ ମଧ୍ୟରୁ ଗୋଟିଏ ରାଜ୍ୟରେ ମଧ୍ୟ ବାଜି ମାରି ପାରିନଥିଲା କଂଗ୍ରେସ । ଏପରିକି କଂଗ୍ରେସର ଗଡ଼ କୁହାଯାଉଥିବା ପଞ୍ଜାବରେ ମଧ୍ୟ କଂଗ୍ରେସକୁ ହାରର ସାମ୍ନାକୁ କରିବାକୁ ପଡ଼ିଥିଲା । ଏହା ମଧ୍ୟରେ ଆଜି କଂଗ୍ରେସ ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଠି କଂଗ୍ରେସ ସଭାପତି ଦଳକୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ କଂଗ୍ରେସ ନେତାମାନଙ୍କୁ ଏବେ ପାରସ୍ପରିକ ମତଭେଦ ଭୁଲିଯିବା ଦରକାର। କାରଣ ଏବେ ଦଳକୁ ମଜବୁତ କରିବାର ସମୟ ଆସିଛି। ଖୁବ ଶୀଘ୍ର ସିଡବ୍ଲୁସି ବୈଠକ ଡକାଯିବା ସହ ଏକ ଚିନ୍ତନ ଶିବିର ମଧ୍ୟ ଆୟୋଜନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଏହି ବୈଠକରେ ସେ ଦଳର ଶକ୍ତି ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ କଂଗ୍ରେସ ନେତାଙ୍କୁ ଏବେ ମତଭେଦ ଭୁଲି ଆଗକୁ ବଢ଼ିବା ଆବଶ୍ୟକ। ବର୍ତ୍ତମାନ ଦଳକୁ ମଜବୁତ କରିବାର ସମୟ ଆସିଛି, କାରଣ ଦେଶ ପାଇଁ କଂଗ୍ରେସ ଜରୁରୀ। ବିଜେପି ବିଭାଜନ ନୀତି ଆପଣାଇଛି । ସେମାନେ କଂଗ୍ରେସକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ ଏବେ କଂଗ୍ରେସର ନେତାମାନେ ଏକଜୁଟ ହୋଇ ଲଢ଼ିବାର ସମୟ ଆସିଛି। ଆମକୁ ମୁଦ୍ରାସ୍ଫୀତି ଯୋଗୁ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ପଡ଼ିବ ବୋଲି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts