ପଶ୍ଚିମ ଦେଶ ଗୁଡ଼ିକୁ ରୁଷ ରାଷ୍ଟ୍ରପତିଙ୍କ ଧମକ ପରେ ରୁଷକୁ ପରମାଣୁ ଅସ୍ତ୍ରର ଭୟ ଦେଖାଇଲା ଫ୍ରାନ୍ସ

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ସମଗ୍ର ଦେଶରେ ଅଶାନ୍ତି ଖେଳାଇଦେଇଥିବା ବେଳେ, ଚିନ୍ତା ମଧ୍ୟ ପ୍ରକାଶ ପାଇଛି | ଏହାରି ମଧ୍ୟରେ ପଶ୍ଚିମ ଦେଶ ଗୁଡିକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଧମକ ଏବେ ବେଶ ଚର୍ଚାର ବିଷୟ ପାଲଟିଛି | ଯଦି କୌଣସି ରାଷ୍ଟ୍ର ୟୁକ୍ରେନକୁ ସହାୟତା କରିବେ, ତା’ହେଲେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଧମକ ଦେଇଥିଲେ | ଏପରିକି ସମସ୍ତଙ୍କୁ ରୁଷ ପରମାଣୁ ଅସ୍ତ୍ରର ଭୟ ମଧ୍ୟ ଦେଖାଉଛି। ତେବେ ଏହାର ଜବାବ ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜେନ ୟେଭେସ ଲେ ଡ୍ରିଅନ ଦେଇଛନ୍ତି।

ସେ କହିଛନ୍ତି, ରୁଷ ପରମାଣୁ ଅସ୍ତ୍ରର ଧମକ ଦେବା ପୂର୍ବରୁ ନାଟୋ କଥା ଚିନ୍ତା କରିବା ଦରକାର। ନାଟୋ ସଦସ୍ୟଙ୍କ ପାଖରେ ମଧ୍ୟ ପରମାଣୁ ଅସ୍ତ୍ର ରହିଛି। ଏକଥା ରୁଷ ଭୁଲିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ଏପରି କହି ସେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ସମ୍ପର୍କରେ ସଙ୍କେତ ଦେଇଥିଲେ। ଏ ସମ୍ପର୍କରେ ଜେନଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ପ୍ରତିକ୍ରିୟାରେ ସେ କହିଛନ୍ତି, “ହଁ, ମୁଁ ଭାବୁଛି ଭ୍ଲାଦିମିରି ପୁଟିନ ଭଲ ଭାବେ ବୁଝିବା ଦରକାର ଯେ ଆଣ୍ଟଲାଟିକ ମେଣ୍ଟ ମଧ୍ୟ ଗୋଟିଏ ପରମାଣୁ ମେଣ୍ଟ। ଆମ ପାଖରେ ବି ପରମାଣୁ ଅସ୍ତ୍ର ରହିଛି। ଏହି ପ୍ରସଙ୍ଗରେ ମୁଁ ବାସ ଏତିକି କହିବାକୁ ଚାହେଁ।”

Related Posts