ଆଜିଠୁ ବଦଳାଇ ପାରିବେ ୨ହଜାର ଟଙ୍କିଆ ନୋଟ୍, ସମସ୍ତ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରେ ମିଳିବ ସୁବିଧା

ଭୁବନେଶ୍ୱର,୨୩/୫(ସତ୍ୟପାଠ ବ୍ୟୁରୋ): ଭାରତୀୟ ରିଜର୍ଭ ବ୍ୟାଙ୍କ ଫେରାଇ ନେବ ୨ହଜାର ଟଙ୍କିଆ ନୋଟ୍ । ମଙ୍ଗଳବାର ଅର୍ଥାତ୍ ଆଜିଠାରୁ ଏହି ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଦେଶର ସମସ୍ତ ବ୍ୟାଙ୍କ ଏବଂ ଆରବିଆଇର ଆଞ୍ଚଳିକ ଶାଖାରେ ନୋଟ୍‌କୁ ଜମା ବା ବଦଳାଇ ପାରିବେ । ଏହି ପ୍ରକ୍ରିୟା ମେ’ ୨୩ ତାରିଖରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ ।ଡେଡ୍‌ଲାଇନ ପରେ ବି ୨ହଜାର ଟଙ୍କିଆ ନୋଟ୍ ଅଚଳ ହେବନାହିଁ । ତେଣୁ ବ୍ୟାଙ୍କରେ ଭିଡ଼ ନଜମାଇବାକୁ ଅପିଲ୍ କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ଆଜି ଠାରୁ ୪ମାସ ମଧ୍ୟରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ପାରିବେ । ଟଙ୍କା ବଦଳାଇବା ବେଳେ ଗ୍ରାହକଙ୍କ ଯେପରି କିଛି ସମସ୍ୟା ନୁହେଁ, ସେଥିପାଇଁ ଧ୍ୟାନ ଦେବାକୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି RBI ଗଭର୍ଣ୍ଣର । ନୋଟ୍ ବଦଳାଇବା ଲାଗି ବ୍ୟାଙ୍କରେ କୌଣସି ପରିଚୟ ପତ୍ର ଦେବାକୁ ପଡ଼ିବ ନାହିଁ । କୌଣସି ଫର୍ମ ମଧ୍ୟ ଭରିବାକୁ ପଡ଼ିନାହିଁ । ଜଣେ ବ୍ୟକ୍ତି ଥରକେ ୧୦ଟି ନୋଟ୍ ବଦଳାଇ ପାରବେ ।

ଟଙ୍କା ବଦଳାଇବା ଗାଇଡଲାଇନ୍:

୧- ଦେଶରେ ଥିବା ଆରବିଆଇର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟ ସମେତ ସମସ୍ତ ରାଷ୍ଟ୍ରାୟତ ଏବଂ ଘରୋଇ ବ୍ୟାଙ୍କ ଗୁଡିକରେ ଲୋକେ ଏହି ନୋଟ୍ ଅଦଳବଦଳ କରିପାରିବେ
୨- ଷ୍ଟେଟବ୍ୟାଙ୍କ ସକ୍ୟୁଲାର ଅନୁଯାୟୀ, ନୋଟ୍ ବଦଳ ପାଇଁ କୌଣସି ଫର୍ମ କିମ୍ବା ପରିଚୟ ପତ୍ର ଦରକାର ପଡ଼ିବ ନାହିଁ ।
୩- ଥରକେ ଜଣେ ବ୍ୟକ୍ତି ୨୦ ହଜାର ଟଙ୍କା ବଦଳ କରିପାରିବେ ।
୪ – ଜଣେ ବ୍ୟକ୍ତି ବାରମ୍ବାର ଟଙ୍କା ବଦଳାଇ ପାରିବେ କିନ୍ତୁ ବ୍ୟାଙ୍କ କ୍ୟୁରେ ପଛକୁ ଯିବାକୁ ହେବ ।
୫- ବ୍ୟାଙ୍କରେ ଆକାଉଣ୍ଟ ନଥିଲେ ବି ନୋଟ୍ ବଦଳ କରିପାରିବେ ।
୬- ୩୦ ସେପ୍ଟେମ୍ବର ଡେଡଲାଇନ୍ ପରେ ମଧ୍ୟ ୨ହଜାର ଟଙ୍କା ଅଚଳ ହେବ ନାହିଁ।

ସୂଚନାଯୋଗ୍ୟ ଯେ, ନୋଟବନ୍ଦୀରେ ନଗଦ ଆବଶ୍ୟକତାକୁ ପୂରଣ କରିବାକୁ ପାଇଁ ଆରବିଆଇ ୨୦୦୦ ଟଙ୍କା ନୋଟ୍‌କୁ ବଜାରକୁ ଛାଡ଼ିଥିଲା । ହେଲେ ଏବେ କ୍ଲିନ୍ ନୋଟ୍ ପଲିସି’ ଆଧରରେ ନୋଟ୍‌କୁ ଫେରାଇ ନିଆଯାଉଛି । ଏହି ନୋଟ୍‌କୁ ଫେରାଇ ନେବା ନିଷ୍ପତ୍ତି ମୁଦ୍ରା ପ୍ରବନ୍ଧନର କ୍ଷମତା ଭିତରେ ଆସୁଛି । ତେଣୁ ଏହି ନୋଟ୍‌କୁ ଆରବିଆଇ ଫେରାଇ ନେଉଛି ।

Related Posts