ବିଶାଖାପାଟଣାରୁ ଆସିଲା ଶ୍ରଦ୍ଧା ଓ୍ବାଲକର ହତ୍ୟାକାଣ୍ଡ ଘଟଣାର ସମାନ ଦୃଶ୍ୟ: ଯୁବତୀଙ୍କୁ ଖଣ୍ଡ ଖଣ୍ଡ କରି କାଟି ଡ୍ରମରେ ପୁରାଇଲା ଯୁବକ

ବିଶାଖାପାଟଣା : ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲକର ହତ୍ୟାକାଣ୍ଡ ଘଟଣାର ପୁନରାବୃତ୍ତି ଘଟିଛି । ସାମନାକୁ ଆସିଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ସାମନାକୁ ଆସିଛି ଏହି ଘଟଣା । ପ୍ରାୟ ଦେଢ ବର୍ଷ ହେଲା ବନ୍ଦ ଥିବା ଏକ ଘରୁ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ତାକୁ କେହି ଜଣେ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି କାଟି ଏକ ଏକ କମ୍ବଳରେ ଗୁଡ଼ାଇ ଏକ ପ୍ଲାଷ୍ଟିକ୍ ଡ୍ରମ ଭିତରେ ରଖାଯାଇଥିଲା ।

ଘଟଣାଟି ଘଟିଛି ବିଶାଖାପାଟଣାର ମଧୁରଓ୍ବା଼ଡ଼ା ଅଂଚଳରେ । ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ମୃତ ଯୁବତୀଙ୍କ ବୟସ ୨୫ ବର୍ଷ ହେବ । ପ୍ରାୟ ଦେଢ ବର୍ଷ ପୂର୍ବେ ଋଷି ନାମକ ଜଣେ ଯୁବକ ତାଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି କାଟି ଏକ ପ୍ଲାଷ୍ଟିକ୍ ଡ୍ରମରେ ପୁରାଇ ଫେରାର ହୋଇଯାଇଥିଲା ।

ସଂପୃକ୍ତ ଯୁବକ ଏକ ଭଡ଼ା ଘରେ ନିଜ ପତ୍ନୀ ଓ ଶିଶୁ କନ୍ୟା ସହ ରହୁଥିଲା । ପତ୍ନୀ ନିଜ ବାପଘରକୁ ଯାଇଥିବାବେଳେ ସେ ଘରକୁ ଆଉ ଏକ ଯୁବତୀକୁ ଡକାଇଥିଲା । ଯୁବତୀଙ୍କ ସହ ତାର ବଚସା ପରେ ସେ ତାକୁ ହତ୍ୟା କରିଥିବା ସଂଦେହ କରାଯାଉଛି । ହତ୍ୟା କରି ଡ୍ରମରେ ମୃତଦେହକୁ ପୁରାଇବା ପରେ ସେ ଘରଛାଡ଼ି ଚାଲିଯାଇଥିଲା । ପ୍ରାୟ ଦେଢ ବର୍ଷ ଧରି ଘର ନଛାଡ଼ିବାରୁ ଘର ମାଲିକଙ୍କ ସଂଦେହ ହୋଇଥିଲା । ଏହା ପରେ ସେ ତାଲା ଭଙ୍ଗି ଘରକୁ ପଶିବା ପରେ ଡ୍ରମ ଭିତରେ ମୃତଦେହକୁ ଦେଖିଥିଲେ । ମୃତ ଯୁବତୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ସେ ଜଣେ ଦେହଜୀବୀ ହୋଇଥିବା ସଂଦେହ କରାଯାଉଛି ।

Related Posts