ସତ୍ତାକେ ଲିଏ କୁଛ୍‌ ଭି କରେଗା !

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଅଧ୍ୟକ୍ଷ ନୀତିନ ଗଡକରୀ ଟିଭି ଶୋରେ ଦେଇଥିବା ଏକ ବୟାନକୁ ନେଇ ସରଗରମ ହୋଇଛି ରାଜନୀତି । କ୍ଷମତାକୁ ଆସିବା ପାଇଁ ବିଜେପି କେତେ ମିଛ କହିପାରେ ଗଡକରୀଙ୍କ ବୟାନରୁ ଜଣାପଡିଛି । ଯାହାକୁ ନେଇ କଂଗ୍ରେସ ମଧ୍ୟ ବିଧାନସଭା ନିର୍ବାଚନ ବେଳେ ଲୋକଙ୍କ ପାଖରେ ପହଞ୍ଚାଇଛି । ଟୁଇଟ କରି କଂଗ୍ରେସ ଗଡକରୀଙ୍କ ମନ୍ତବ୍ୟକୁ ସେୟାର କରିଛି ।

ନାନା ପାଟକେରଙ୍କ ସହ ଏକ ମରାଠୀ ଚ୍ୟାନେଲରେ ଇଣ୍ଟରଭ୍ୟୁ ଦେବା ବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏପରି କହିଛନ୍ତି । ସେ କହିଛନ୍ତି ଯେ ବିଜେପି ବିଶ୍ବାସ କରିନଥିଲା ଯେ ଦଳ ସରକାର ଗଢିବ ବୋଲି । ତେଣୁ ଅନେକ ପ୍ରକାରର ପ୍ରତିଶ୍ରୁତି ଦେଇଥିଲା । 2014 ବେଳେ କଳା ଟଂକା ଦେଶକୁ ଫେରବ ବୋଲି ନରେନ୍ଦ୍ର ମୋଦି ନିର୍ବାଚନୀ ରାଲିରେ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏହା ଏଯାଏଁ କେବଳ ନିର୍ବାଚନୀ ଜୁମଲା ବୋଲି ଜଣାପଡ଼ିଛି । ଏବେ ଆମେ ସରକାରରେ ଅଛୁ ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ଲୋକେ ସରକାରକୁ କାଠଗଡାରେ ଛିଡା କରିଛନ୍ତି ବୋଲି ଗଡକରୀ କହିଛନ୍ତି ।

5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି । ଏଭଳି ସ୍ଥିତିରେ ଗଡକରୀଙ୍କ ଏପରି ବୟାନ ବିଜେପିକୁ ବ୍ୟାକଫୁଟକୁ ଠେଲି ଦେଇଛି । ଏହି ପ୍ରସଙ୍ଗରେ ବିଜେପି ଏଯାଏଁ କୌଣସି ପ୍ରତିକ୍ରିୟା ରଖି ନାହିଁ ।

Related Posts