ସଙ୍କଟର ଗଜରାଜ: ସୁନ୍ଦରଗଡ଼ ବାଙ୍କି ରେଞ୍ଜ ଟୁଙ୍ଗୁରୀ ଜଙ୍ଗଲରୁ ଦନ୍ତାର ମୃତଦେହ ଠାବ

ସୁନ୍ଦରଗଡ଼ : ସଙ୍କଟର ଗଜରାଜ । ଦିନକୁ ଦିନ ରାଜ୍ୟରେ ଦନ୍ତା ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୁନ୍ଦରଗଡ଼ ଜିଲ୍ଲା ବାଙ୍କି ରେଞ୍ଜ ଟୁଙ୍ଗୁରୀ ଜଙ୍ଗଲରୁ ଠାବ ହୋଇଛି ଦନ୍ତାର ମୃତଦେହ । ଏନେଇ ଖବର ପାଇବା ପରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଜଙ୍ଗଲକୁ କିଛି ଲୋକ ଯାଇଥିବା ବେଳେ ହାତୀର ମୃତଦେହ ପଡିଥିବା ଦେଖିଥିଲେ । ଏହାପରେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ହାତୀଟିର ମୃତ୍ୟୁ କିପରି ହେଲେ, ସେନେଇ କିଛି ସବିଶେଷ ତଥ୍ୟ ଜଣାପଡିନଥିବା ବେଳେ ଛାନ୍‌ଭିନ୍‌ ଜାରି ରଖିଛି ବନବିଭାଗ ।

Related Posts