୬ ବର୍ଷ ପରେ ପୁଣି କୋଲକତା ନାଇଟ ରାଇଡର୍ସକୁ ଫେରିଲେ ଗମ୍ଭୀର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୨୦୨୪ ଆଇପିଏଲ ପୂର୍ବରୁ ବଡ ପରିବର୍ତ୍ତନ ହୋଇଛି । ଗୌତମ ଗମ୍ଭୀର ୬ ବର୍ଷ ପରେ କୋଲକତା ନାଇଟ ରାଇଡର୍ସକୁ ପୁଣି ଫେରୁଛନ୍ତି । ଗୌତମ ଗମ୍ଭୀର ଗତ ସଂସ୍କରଣରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ସହ ଯୋଡି ହୋଇ ରହିଥିଲେ । ସେ ୨୦୨୨-୨୦୨୩ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଟିମର ମେଣ୍ଟର ଭାବେ କାର୍ଯ୍ୟ କରିଛନ୍ତି । ପୂର୍ବରୁ ଗମ୍ଭୀର କୋଲକତା ନାଇଟ୍ ରାଇଡର୍ସର ଅଧିନାୟକ ଥିବା ବେଳେ ୨୦୧୨ ଓ ୨୦୧୪ ଆଇପିଏଲରେ ଦଳକୁ ବିଜୟୀ କରିଥିଲେ ।

ଗୌତମ ଗମ୍ଭୀର ୨୦୧୧ ରୁ ୨୦୧୭ ପର୍ଯ୍ୟନ୍ତ କୋଲକତା ନାଇଟ ରାଇଡର୍ସର ଅଧିନାୟକ ପଦ ସମ୍ଭାଳିଥିଲେ । ହେଲେ ୨୦୧୭ ପରେ କୋଲକତା ନାଇଟ୍ ରାଇଡର୍ସରୁ ସମସ୍ତ ସଂପର୍କ ତୁଟାଇ ଦେଇଥିଲେ ଗମ୍ଭୀର । ଆଉ ଏବେ ୬ ବର୍ଷ ପରେ ଗମ୍ଭୀର ପୁଣିଥରେ କୋଲକତା ନାଇଟ ରାଇଡର୍ସ ଟିମ୍ ସହ ଯୋଡି ହେବାକୁ ଯାଉଛନ୍ତି । ତାଙ୍କୁ ୨୦୨୪ ଆଇପିଏଲ ପାଇଁ କୋଲକତା ନାଇଟ୍ ରାଇଡର୍ସ ଟିମର ମେଣ୍ଟର ଭାବେ ନିଯୁକ୍ତ କରାଯାଇଛି ।

ଏନେଇ ଗୌତମ ଗମ୍ଭୀର ବୁଧବାର ଦିନ ସୋସିଆଲ ମିଡିଆ ଟ୍ୱିଟର (ଏକ୍ସ) ରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ କୋଲକତା ନାଇଟ ରାଇଡର୍ସକୁ ଫେରୁଥିବା ନେଇ ସ୍ପଷ୍ଟ କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି କି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ସହ ତାଙ୍କର ସଂପର୍କ ଶେଷ ହୋଇଛି । ଏନେଇ ସେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଟିମ୍ ଓ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Related Posts