ଖେଲା ଆରମ୍ଭ – ପଶ୍ଚିମବଙ୍ଗର ୩ ଏମଏଲଏଙ୍କୁ ଉଠେଇଲା ପୋଲିସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ନିର୍ବାଚନ ଶେଷ ହେଲା ଖେଲା ଆରମ୍ଭ ହେଲା। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି। ତେବେ ଲକଡାଉନ୍ ଲକଡାଉନ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ତିନି ଜଣ ବିଜେପି ବିଧାୟକଙ୍କୁ ଗିରଫ କରାଯାଇଥିଲା। ଏ ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି। ନର୍ଥ ବେଙ୍ଗଲରେ କୋଭିଡ୍ ମୃତ୍ୟୁ ବୃଦ୍ଧି ପାଉଛି କିନ୍ତୁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ବିଜେପି ବିଧାୟକ ମାନେ ଧାରଣା ଦେଇଥିଲେ। ଏହି ୩ ବିଧାୟକ ହେଉଛନ୍ତି – ଶଙ୍କର ଘୋଷ, ଆନନ୍ଦାମୟ ବର୍ମନ ଏବଂ ଶିଖା ଚାଟ୍ଟୋପାଧ୍ୟାୟ। ତେବେ ଗିରଫ କରାଯିବାର କିଛି ସମୟ ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା ବୋଲି ଅଧିକାରୀ କହିଛନ୍ତି। ସିଲିଗୁରିର ସଫଦର ହାସମି ଛକରେ ଭାରତୀୟ ଜନତା ପାର୍ଟିର ବିଧାୟକ ମାନେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ତାଙ୍କୁ ପୋଲିସ ଗିରଫ କରିଥିଲା । ତେବେ ବିଜେପିର ବିଧାୟକମାନେ ଦାବି କରିଥିଲେ ଯେ ବିରୋଧ ସମୟରେ ସେମାନେ କୋଭିଡ୍ ପ୍ରୋଟୋକଲ୍ ପାଳନ କରୁଥିଲେ। ତେବେ ଏହା ଉପରେ ପ୍ରତିକ୍ରିୟା ରଖି  ବରିଷ୍ଠ ଟିଏମସି ନେତା ଗୌତମ କହିଛନ୍ତି ଯେ ବିଜେପି ବିଧାୟକମାନେ ତାଲା ଵନ୍ଦ ସମୟରେ ବିରୋଧ ପ୍ରଦର୍ଶନ କରି ଅଞ୍ଚଳବାସୀଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ସେ କହିଛନ୍ତି ଯେ,  “ ବିଜେପି ନେତାଙ୍କ ଅସଲ ଚେହେରା ଲୋକେ ଦେଖନ୍ତୁ , ଯେଉଁମାନେ  ମହାମାରୀ ସମୟରେ ସଂକ୍ରମଣ ବୃଦ୍ଧି କରିବାରେ ବ୍ୟସ୍ତ ଅଛନ୍ତି। ସଙ୍କଟ ପରିସ୍ଥିତିରେ ବିଜେପି ନେତା ମାନେ ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି। ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ସବୁ ପ୍ରୟାସ କରୁଥିବା ସେ ଦାବି କରିଛନ୍ତି। ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଆଜି ଠାରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି। 

Related Posts