
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ଏବେ ସାରା ଭାରତରେ ତାଣ୍ଡବ ରଚିଛି। ତେବେ ନୂଆ ଚିହ୍ନଟ ହୋଇଥିବା ଷ୍ଟ୍ରେନ୍ B.1.1.7 ରେ ଟିକା କେତେ ପ୍ରଭାବଶାଳୀ ଏବେ ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଭାରତର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଗବେଷଣାରେ କୋଭାକ୍ସିନ ଟିକା କେତେ ପ୍ରଭାବୀ ତାହାର ଉତ୍ତର ଦିଆଯାଇଛି। ଟିକା ନିର୍ମାତା ଭରତ ବାୟୋଟେକ କହିଛି ଯେ କୋଭାକ୍ସିନ ଏହି ନୂଆ ଭେରିଆଣ୍ଟ ବିରୋଧରେ ପ୍ରଭାବୀ। କମ୍ପାନୀ କହିଛି କରୋନାର ନୂଆ ଷ୍ଟ୍ରେନ୍ B.1.617 ଏବଂ B.1.1.7 ବିରୋଧରେ କୋଭାକ୍ସିନ ପ୍ରଭାବୀ। ଏହି ଦୁଇ ଭେରିଆଣ୍ଟ ଭାରତ ଏବଂ ବ୍ରିଟେନରେ ଦେଖିବାକୁ ମିଳିଛି। ଭରତ ବାୟୋଟେକର ସହ-ପ୍ରତିଷ୍ଠାତା ତଥା ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସୁଚିତ୍ରା ଏଲା ଟୁଇଟ୍ କରି କହିଛନ୍ତି, “କୋଭାକ୍ସିନ୍ ପୁନର୍ବାର ଆନ୍ତର୍ଜାତୀୟ ମାନ୍ୟତା ପାଇଛି। ବୈଜ୍ଞାନିକ ଗବେଷଣା ଓ ତଥ୍ୟ ଆଧାରରେ ଏହା ପ୍ରମାଣିତ ହୋଇଛି ଯେ ଟିକା ନୂଆ ଭେରିଆଣ୍ଟ ବିରୋଧରେ ପ୍ରଭାବୀ।” ଜାନୁଆରୀରେ ଅକ୍ସଫୋର୍ଡ ୟୁନିଭରସିଟି ସହଭାଗିତାରେ କୋଭିଶିଲ୍ଡ ସ୍ବଦେଶୀ କୋଭାକ୍ସିନ ଟିକାକୁ ଜରୁରୀକାଳୀନ ଅନୁମତି ଦିଆଯାଇଥିଲା। ବର୍ତ୍ତମାନ ଟିକା ଅଭାବ ଯୋଗୁଁ ଟୀକାକରଣ ପ୍ରକ୍ରିୟା ମନ୍ଥର ଗତିରେ ଚାଲୁଛି। ବିରୋଧୀ ଦଳ ଦାବି କରିଛନ୍ତି ଯେ ଏହି ଟିକା ପ୍ରସ୍ତୁତ କରିବାକୁ ଇଚ୍ଛୁକ ଅନ୍ୟ କମ୍ପାନୀଗୁଡିକୁ ଉତ୍ପାଦନ କରିବାକୁ କେନ୍ଦ୍ର ସରକାର ଅନୁମତି ଦିଅନ୍ତୁ। ତେବେ ଋଷ୍ ର ସ୍ପୁଟନିକ ଭି ଦେଶରେ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ପାଇଛି। ୧୮ ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ କରୋନା ଟିକାକରଣ ମେ ୧ରୁ ଆରମ୍ଭ ହୋଇଥିଲା।