ପିସିସି ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଓ ଶାସ୍ତ୍ରୀଜୀଙ୍କ ୧୧୫ତମ ଜୟନ୍ତୀ ପାଳନ

୧୫୦ତମ ଗାନ୍ଧୀ ଜୟନ୍ତୀ ଓ ୧୧୫ତମ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ୮ ଘଂଟା ସମୟରେ ଭୁବନେଶ୍ୱର ନାଲ୍କୋ ଛକସ୍ଥିତ ମହାତ୍ମା ଗାନ୍ଧୀ ପାର୍କ ଠାରେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ରାମଧୁନ୍, ବୈଷ୍ଣବଜନ ଗାନ ପରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ କଂଗ୍ରେସ ନେତୃବୃନ୍ଦ ମାଲ୍ୟାର୍ପଣ କରିଥିଲେ । ପରେ ସେଠାରୁ “ଅହିଂସା ପଦଯାତ୍ରା” ବାହାରି ଜୟଦେବ ବିହାର, କଳିଙ୍ଗ ଷ୍ଟାଡିୟମ୍, ୧୨୦ ବାଟାଲିୟନ, ଇନ୍ଦିରାଗାନ୍ଧୀ ପାର୍କ, ଲୋୟର ପିଏମ୍ଜି ଦେଇ ହଜାର ହଜାର ଛାତ୍ର, ଯୁବକ, ମହିଳା, କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀ କଂଗ୍ରେସ ଭବନ ଠାରେ ପହଂଚିଥିଲେ ।

କଂଗ୍ରେସ ଭବନ ଠାରେ ମହାପୁରୁଷଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲାପରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ଗାନ୍ଧୀ – ଶାସ୍ତ୍ରୀ ଜୟନ୍ତୀ’ ସମାରୋହକୁ ନିଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ ତଥା ଓଡିଶା ପ୍ରଭାରୀ ଶ୍ରୀ ଜିତେନ୍ଦ୍ର ସିଂହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରି ଗାନ୍ଧୀ ଓ ଶାସ୍ତ୍ରୀଙ୍କର ଆଦର୍ଶରେ ଯୁବ ଛାତ୍ର ପିଢ଼ୀ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ଗଣତନ୍ତ୍ର ସୁଦୃଢ ହୋଇପାରିବ ବୋଲି କହିଥିଲେ । ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉଦ୍ବୋଧନ ଦେଇ କହିଲେ ଯେ ଗାନ୍ଧିଙ୍କ ଅହିଂସା ନୀତି ଓ ଆଦର୍ଶକୁ ସାରା ବିଶ୍ୱ ସମ୍ମାନ ଦେଉଥିଲା ବେଳେ ବର୍ତମାନ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବିଶେଷ ନିଜକୁ ମହାତ୍ମା ବଖାଣିବା ଅତ୍ୟନ୍ତ ଲଜ୍ଜାକର କଥା । ଯୁବପିଢୀ ଗାନ୍ଧୀ ଆଦର୍ଶରୁ ବିଚ୍ୟୁତ ନହେବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ଭାଗବତ ଶୁକ୍ଳା ଗାନ୍ଧି ଓ ଶାସ୍ତ୍ରୀ ଦର୍ଶନ ଉପରେ ସାରଗର୍ଭକ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ରାମଧୁନ, ବୈଷ୍ଣବଜନ ଓ ଗାନ୍ଧୀଙ୍କ ପ୍ରିୟ ଭଜନ ଗାନ କରାଯାଇଥିଲା । ଶେଷରେ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମରେ ଏଆଇସିସି ସଂପାଦକ ଶ୍ରୀ ରୁଦ୍ରରାଜୁ, ଅନିଲ୍ ଚୌଧୁରୀ, ମସ୍ତାନ ଭାଲି ଏବଂ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ହେମାନନ୍ଦ ବିଶ୍ୱାଳ, ନରସିଂହ ମିଶ୍ର, ଶରତ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ମହମ୍ମଦ ମୋକିମ୍, ଯୁଧିଷ୍ଠିର ଜେନା, ଗୁରୁପଦ ନନ୍ଦ, ଲଲାଟେନ୍ଦୁ ମହାପାତ୍ର, ଦେବାଶିଷ ପଟ୍ଟନାୟକ, ବିଜୟଲକ୍ଷ୍ମୀ ସାହୁ, ସମିର କୁମାର ରାଉତରାୟ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସସ୍ମିତା ବେହେରା, ଜାନକୀ ବଲ୍ଲଭ ପଟ୍ଟନାୟକ, ସଂଗ୍ରାମ କେଶରୀ ଜେନା, ନବଜ୍ୟୋତି ପଟ୍ଟନାୟକ, ଅମୀୟ କୁମାର ପଟ୍ଟନାୟକ, ମନୋରଞ୍ଜନ ଦାଶ, ସନ୍ଧ୍ୟା ମହାପାତ୍ର, ମଧୁସ୍ମିତା ସେଠୀ, ଚିନ୍ମୟ ସୁନ୍ଦର ଦାସ, ଅବଦୁଲ୍ ବାରୀ, ବିଷ୍ଣୁଚରଣ ବାରିକ, ଅଂଶୁମାନ ମହାନ୍ତି, ପଦ୍ମାକର ଗୁରୁ, ସତ୍ୟବ୍ରତ ନାୟକ, କନକଲତା ମଲ୍ଲିକ, ସ୍ୱାଧିନବାଳା ଦାସ, ହଳଧର ସେଠୀ, ଆଲୋକ ଲେଙ୍କା, ମାନସ ଆଚାର୍ଯ୍ୟ, ପ୍ରକାଶ ମିଶ୍ର, ସୂର୍ଯ୍ୟ ନାରାୟଣ ପଣ୍ଡା, ଅଜିତ ମଙ୍ଗରାଜ, ସୁଶାନ୍ତ ତ୍ରିପାଠୀ, ବାଙ୍କନିଧି ବେହେରା, ସତ୍ୟସ୍ମିତ ମହାନ୍ତି, ଅରିନ୍ଦମ ସର୍କେଲ, ଜ୍ୟୋତିଷ ସାହୁ, ବିଶ୍ୱଜିତ୍ ଦାସ, କହ୍ନେଇ ଚରଣ ସେଠୀ, ଜାନକୀ ମଲ୍ଲିକ, ଜୟକୃଷ୍ଣ ସୁବୁଦ୍ଧି, ଯୋଗୀନାଥ ବାହୁବଳେନ୍ଦ୍ର, ସୁରେନ୍ଦ୍ର ପରମାଣିକ, ଲିଙ୍ଗରାଜ ସାହୁ, ରାଜୀବ ପଟ୍ଟନାୟକ, ଶୁଭଶ୍ରୀ ପଣ୍ଡା, ଅଭିଷେକ ମହାନନ୍ଦ, ବିସ୍ମୟ ମହାପାତ୍ର, ରାଜକିଶୋର ବାରିକ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଚିତରଂଜନ ଷଡଙ୍ଗୀ, ରଜନୀ ମହାନ୍ତି, ରସିକଚାନ୍ଦ ପଟ୍ଟନାୟକ, ମନୋଜ ଜେନା, କୈଳାସ ସାହୁ, ନରେଶ ମହାନ୍ତି, ସ୍ନେହଲତା ନାୟକ, ପ୍ରଦୀପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts