ଉପରେ ପିଆଜ ତଳେ ଗଂଜେଇ: ମାଡି ବସିଲା ରାୟଗଡା ପୋଲିସ

ମୁନିଗୁଡା: ଗଞ୍ଜେଇ ଚୋରା ଚାଲାଣ ମାଫିଆଙ୍କ ହେଲା ପର୍ଦାଫାଶ | ରାୟଗଡା ଜିଲ୍ଲା ବିଷମ କଟକ ପୋଲିସକୁ ମିଳିଲା ବଡ଼ ସଫଳତା | ମାଫିଆଙ୍କ ଚତୁରତାର ପର୍ଦାଫାଶ କରିଛି ପୋଲିସ | ପୋଲିସ ଆଖିରେ ଧୂଳି ଦେଇ ପିଆଜ ବୋଝେଇ ମିନି ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଛି ପୋଲିସ । ଗଜପତିରୁ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚୋର ଚାଲାଣ ହେଉଥିବା | ଏନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ପୋଲିସ ଚେକିଂ ବ୍ୟବସ୍ଥାକୁ କଡାକଡି କରିଥିଲା | ପରେ ବିଷମ କଟକ ପୋଲିସ ହାବୁଡ଼ରେ ଜଣେ ଗଞ୍ଜେଇ ମାଫିଆ ସହ ୫ କ୍ୟୁଣ୍ଟାଲ ୯୦ କିଲୋ ଗଞ୍ଜେଇ ଜବତ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ବିଷମ କଟକ ପୋଲିସ ନେତାଜୀ ଛକ ନିକଟରେ ନାକା ଲଗାଇ ଗାଡି ମଟର ଯାଞ୍ଚ କରିବା ସମୟରେ ଉତ୍ତର ପ୍ରଦେଶ ଅଭିମୁଖେ ଯାଉଥିବା ଏକ ପିଆଜ ବୋଝେଇ ମିନି ଟ୍ରକକୁ ସନ୍ଦେହ କରିଥିଲା । ଘଟଣା ସ୍ଥଳରୁ ମିନିଟ୍ରକକୁ ଜବତ କରି ଥାନରେ ଯାଞ୍ଚ କରିବା ସମୟରେ ପିଆଜ ବସ୍ତା ତଳରୁ ବାହାରି ଥିଲା ୫ କ୍ୟୁଣ୍ଟାଲ ୯୦ କିଲୋ ଗଞ୍ଜେଇ ।

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ଜଣକୁ ଗିରଫ କରିଛି । ଏହି ମାମଲାରେ ଗିରଫ ହୋଇଥିବା ମାଫିଆ ଜଣକ ହେଉଛନ୍ତି ନବୀନ ଜାଡାନ ତାଙ୍କ ଘର ଉତ୍ତର ପ୍ରଦେଶ ଜିଲ୍ଲାର ଫାରିଜାବାଦ ଥାନା ଅନ୍ତର୍ଗତ ଶିରିଶା ଗଞ୍ଜ ଗ୍ରାମର ବୋଲି ଜଣା ପଡ଼ିଛି । ଜବତ ଗଞ୍ଜେଇର ବଜାର ମୂଲ୍ୟ ୫୯ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବୋଲି ଜଣାପଡିଛି ।

Related Posts