
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ବଡ଼ ଘୋଷଣା କରିଛନ୍ତି ‘ଟୁଇଟର’ର ମାଲିକ ଏଲନ୍ ମସ୍କ । ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟରୁ କଟକଣା ହଟାଇଦେବେ ବୋଲି ସୂଚନା ଦେଇଛନ୍ତି | ସେନେଇ ମସ୍କ ମଙ୍ଗଳବାର ଟୁଇଟ୍ କରି କହିଛନ୍ତି | ମସ୍କ କହିଛନ୍ତି ଯେ, ଟ୍ରମ୍ପଙ୍କ ଆକାଉଣ୍ଟ ଉପରେ କଟକଣା ଲଗାଇବା ମାମଲାରେ ଟୁଇଟର ସଂପୂର୍ଣ୍ଣ ଭାବେ ମୁର୍ଖତା କରିଛି । କଟକଣା ପାଇଁ ପ୍ରକୃତ କାରଣ ଦରକାର ପଡ଼ିଥାଏ ।
ମସ୍କ ମଙ୍ଗଳବାର ଏକ ସମ୍ମିଳନୀକୁ ସମ୍ବୋଧିକ କରିବା ଅବସରରେ ସେ ଏହା କହିଛନ୍ତି । ଟୁଇଟରରେ ଯେକୌଣସି ବ୍ୟକ୍ତି ନିଜର ମତ ଦେଇପାରିବେ । ମୁଖ୍ୟ କଥା ହେଲା ଯେ, ଏଲନ ମସ୍କ ଟୁଇଟର କିଣିବା ପରେ ରିପଲବ୍ଲିକନ ତରଫରୁ ଦାବି କରାଯାଉଥିଲା ଯେ, ଟ୍ରମ୍ପଙ୍କ ଉପରେ ଲାଗିଥିବା କଟକଣା ହଟାଇ ଦିଆଯାଉ ।
ସୂଚନାଯୋଗ୍ୟ, ଗତବର୍ଷ ଆମେରିକାରେ ହିଂସା ହୋଇଥିଲା । ଏହି ହିଂସା ପରେ ଟ୍ରମ୍ପଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ କଟକଣା ଲାଗୁ କରିଦିଆଯାଇଥିଲା । ଆମେରିକାର ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ଟ୍ରମ୍ପ ଲଗାତାର ଅନେକ ଥର ଟୁଇଟ କରି ଦାବି କରିଥିଲେ ଯେ, ନିର୍ବାଚନରେ ଦୁର୍ନୀତି ହୋଇଛି । ତାଙ୍କୁ ହରାଇ ଦିଆଯାଇଛି । ଏହି ଟୁଇଟକୁ ଆପତ୍ତିଜନକ କୁହାଯାଇଥିଲା ଏବଂ କଟକଣା ଲାଗୁ କରିଦିଆଯାଇଥିଲା ।
ଅନ୍ୟପଟେ, ମାତ୍ର ଗତମାସରେ ଟ୍ରମ୍ପଙ୍କ ପକ୍ଷଣୁ ଏକ ବୟାନ ଆସିଥିଲା ଯେ, ଆକାଉଣ୍ଟ ଉପରେ ଯଦିଓ କେହି କଟକଣା ହଟାନ୍ତି, ତଥାପି ସେ ଟୁଇଟରକୁ ଫେରିବେ ନାହିଁ । ଟ୍ରମ୍ପ କହିଥିଲେ ଯେ, ଏବେ ନିଜର ସତ୍ୟ ସାମାଜିକ ବ୍ୟବହାର କରିବେ ।