
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ହାଇଦରକୁ ଏନକାଉଣ୍ଟର କରାଯାଇଛି । ତେବେ ହାଇଦରକୁ ଚୌଦାର ଜେଲରୁ ସମ୍ବଲପୁର ଜେଲକୁ ନେଉଥିବା ସମୟରେ ତାକୁ ଏନକାଉଣ୍ଟର କରାଯାଇଛି ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ହାଇଦରକୁ ସମ୍ବଲପୁର ନେଲା ବାଟରେ ସେ ଖସି ଯିବାକୁ ଉଦ୍ୟମ କରିଥିଲା । ବାଲେଶ୍ୱର-ବାରିପଦା ରାସ୍ତାରେ ଏପରି ଘଟଣା ଘଟିଥିବାର ସୂଚନା ମିଳିଛି । ଏନକାଉଣ୍ଟର ପରେ ହାଇଦରକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କଟକ ଚୌଦାର ଜେଲରୁ ଗ୍ୟାଙ୍ଗଷ୍ଟର ହାଇଦରକୁ ସମ୍ବଲପୁର ଜେଲକୁ ନିଆଯାଉଥିଲା ।
ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ହେଲେ ରାସ୍ତାରେ ହାଇଦର ଖସି ଯିବାକୁ ଉଦ୍ୟମ କରିଥିଲା । ଏହା ପରେ ତାକୁ ଏନକାଉଣ୍ଟର କରାଯାଇଥିବାର ଅଭିଯୋଗ ଆସିଛି । ଅପରିପକ୍ଷେ ହାଇଦର ଖସିଯିବା କିଛି ନୂଆ କଥା ନୁହେଁ । ଏହା ପୂର୍ବରୁ ଏସସିବି ସର୍ଜରୀ ୱାର୍ଡରୁ ଚିକିତ୍ସିତ ଅବସ୍ଥାରେ ଫେରାର ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ହାଇଦରକୁ ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରାଯାଇଥିଲା । ପରେ ହାଇଦର କରୋନାରେ ସଂକ୍ରମିତ ହୋଇ ଚୌଦାର ଜେଲରେ ରହୁଥିଲା ।