ଦୁର୍ଦ୍ଦାନ୍ତ ଅପରାଧୀ ମୃତ

ସତ୍ୟପାଠ ବ୍ୟୁରୋ : କଟକରେ ଗ୍ୟାଙ୍ଗୱାର । ଛୁରାମାଡରେ ଦୁର୍ଦ୍ଦାନ୍ତ ଅପରାଧୀ ତପନ ନାୟକର ମୃତ୍ୟୁ ହୋଇଛି । ଯୋବ୍ରାରେ ମାଛମରାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି ।

ସୂଚନା ଅନୁସାରେ, ମାଛମରାକୁ ନେଇ ତପନ ସହ ଅଭିଯୁକ୍ତ ହାପି ମହାନ୍ତିର ବଚସା ହୋଇଥିଲା । ଏହାପରେ ତପନକୁ ଛୁରୀରେ ଆକ୍ରମଣ କରିଥିଲା ହାପି । ଗୁରୁତର ଅବସ୍ଥାରେ ତପନକୁ ଏସସିବି ମେଡିକାଲ କଲେଜରେ ଭର୍ତ୍ତୀ କରାଯାଇଥିବା ବେଳେ ସେଠାରେ ତାର ମୃତ୍ୟୁ ହୋଇଛି । ତପନ ନାଁରେ ଏକାଧିକ ମାମଲା ଥିବା ବେଳେ ପୁଲିସ ଘଟଣାର ଛାନଭିନ ଚଳାଇଛି ।

Related Posts