ବିଜେପି ଖୋଜୁଛି ପରାଜୟର କାରଣ

ସତ୍ୟପାଠ ବ୍ୟୁରୋ : କଂଗ୍ରେସ ପରେ ବିଜେପି ମଧ୍ୟ ପରାଜୟର କାରଣ ଖୋଜିବା ଆରମ୍ଭ କରିଛି । ଭୋଟହାର ବଢ଼ିଥିଲେ ବି ଆଶାନୁରୂପକ ଫଳାଫଳ ନ ମିଳିବା ପଛର ପ୍ରକୃତ ଦୋଷ ଧରିବାକୁ ଦଳ ସମୀକ୍ଷା ବୈଠକ କରିଛି । ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତା ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ପ୍ରମୁଖ ଙ୍କୁ ନେଇ କୋର ଟିମ୍ ବୈଠକ ହୋଇଥିବା ବେଳେ ପରାଜୟର ନେଇ ହୋଇଛି ମାନସମନ୍ଥନ ।

ସେପଟେ ବ୍ରଜରାଜନଗରରୁ ପରାଜିତ ହୋଇଥିବା ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଦଳ ହାରିବାର ଉତ୍ତର ଦେଇଛନ୍ତି । ଦଳ ଭିତରେ ଅର୍ନ୍ତଘାତୀ କାର୍ଯ୍ୟ ପାଇଁ ଖୋଦ ସେ ବି ହାରିଥିବା କ୍ଷୋଭର ସହ କହିଛନ୍ତି । ସିଧାସଳଖ କହିଛନ୍ତି ତାଙ୍କ ହାରିବା ପାଇଁ ତିନିଟି କାରଣ ଦାୟୀ । ପ୍ରଥମ କାରଣ ହେଲା ଅର୍ନ୍ତଘାତୀ, ଦ୍ୱିତୀୟ କାରଣ ହେଲା ବିଜେଡି ଟଙ୍କା ବାଣ୍ଟିଲା ଓ ତୃତୀୟ କାରଣ ହେଲା ପୁଲିସ ବିଜେଡିକୁ ସହଯୋଗ କରିବା । ଫଳରେ ତାଙ୍କର ପରାଜୟ ହେଲା ବୋଲି କହିଛନ୍ତି ରାଧାରାଣୀ ।

ତେବେ କିଛି ନେତା ମୁହଁ ଖୋଲି ନଥିଲେ ବି ତାଙ୍କ ପରାଜୟ ପଛରେ ଦଳଭାଇଙ୍କ ହାତ ଥିବା କୁହାଯାଉଛି । ଯେଉଁ ଯେଉଁ ସ୍ଥାନରେ ପୁରୁଖା ନେତାଙ୍କୁ ସାଇଡ ମାରି ଦଳବଦଳ କରିଥିବା ନେତାଙ୍କୁ ବେଶୀ ସୁଯୋଗ ଦିଆଯାଇଛି, ଅଧିକାଂଶ ସେହି ସ୍ଥାନରେ ହିଁ ବିଜେପି ହାରିଥିବା ଆଲୋଚନା ଜୋର ଧରିଛି ।

Related Posts