ଗଞ୍ଜାମ ଚମାଖଣ୍ଡି ଥାନା ହଜାତରେ ଅଭାବନୀୟ ଘଟଣା: ଥାନା ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମେଡ଼ିକାଲରେ ମୃତ୍ୟୁ

ଖଲ୍ଲିକୋଟ: ଗଞ୍ଜାମ ଚମାଖଣ୍ଡି ଥାନା ହଜାତରେ ଅଭାବନୀୟ ଘଟଣା। ଥାନା ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ ଯୁବକଙ୍କ ମେଡ଼ିକାଲରେ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ଚମାଖଣ୍ଡି ଗ୍ରାମର ସିଏଚ ତ୍ରିଲୋଚନ ରେଡ୍ଡୀ ହୋଇଥିବା ଜଣାପଡ଼ିଛି । ପାରିବାରିକ କଳହକୁ ନେଇ ମୃତକ ତ୍ରିଲୋଚନଙ୍କ ବାପା ଗତକାଲି ପୁଅ ଵିରୋଧରେ ଥାନାରେ ଏତଲା ଦେଇଥିଲେ । ତ୍ରିଲୋଚନ ମଦ୍ୟପାନ କରି ବାପାକୁ ବାରମ୍ବାର ବାଡେଇବାରୁ ଏତଲା ହୋଇଥିଲା ।

ଗତକାଲି ପୋଲିସ ତ୍ରିଲୋଚନକୁ ଆଣି ଥାନାରେ ଅଟକ ରଖିଥିଲା। ମୃତ ଯୁବକଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଆଜି ଭୋର ସମୟରେ ଯୁବକ ଜଣଙ୍କ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ବେଳେ ପୋଲିସ ବ୍ରହ୍ମପୁର mkcgକୁ ସ୍ଥାନାନ୍ତର କରିଥିଲା ।

Mkcgରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଗଂଜାମ ଏସ୍‌ପି ବ୍ରିଜେଶ ରଏ ।

Related Posts