ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଗିରଫ ଦାବି; ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ କୁଳପତିଙ୍କୁ ବିରୋଧ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ସଞ୍ଜୀବ ମିତଲଙ୍କ ଗିରଫ ଦାବି । ସମ୍ବଲପୁର ଓ ବୁର୍ଲାର ବିଭିନ୍ନ ସ୍ଥାନରେ କୁଳପତିଙ୍କୁ ବିରୋଧ କରି ପୋଷ୍ଟର ମରାଯାଇଛି । ଯେଉଁଥିରେ କୁଳପତିଙ୍କୁ ଚୋର ବୋଲି ଉଲ୍ଲେଖ କରାଯାଇଛି । ତାଙ୍କୁ ଖୁବଶୀଘ୍ର ଗିରଫ କରିବାକୁ ଦାବି ହୋଇଛି ।ତେବେ କିଏ ଏହି ପୋଷ୍ଟର ସବୁ ଲଗାଇଛି ତାହା ଜଣାପଡିନି । କିଛିଦିନ ପୂର୍ବରୁ ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ପରୀକ୍ଷା ପ୍ରଶ୍ନପତ୍ର ଲିକ ହୋଇଥିଲା । ବର୍ତ୍ତମାନ କୁଳପତି ଛୁଟିରେ ଥିବା ଘଟଣା ସାମ୍ନାକୁ ଆସିଛି ।

ତେବେ, ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପର ଟଙ୍କା ହେରଫେର କରିବା ତାଙ୍କ ପାଇଁ ବେଶୀ ସମସ୍ୟା ସୃଷ୍ଟି କରିଥିଲା । ଏହି ପ୍ରକଳ୍ପରେ ଥିବା ଟଂକାକୁ ସେ ନିକଟ ସଂପର୍କୀୟଙ୍କ ପାଖକୁ ଦୁଇଟି ପର୍ଯ୍ୟାୟରେ ପଠାଇଥିଲେ । ବିବାଦ ବଢିବା ପରେ ୨୯ ଲକ୍ଷ ଟଙ୍କା ପୁଣି ବିଶ୍ୱବିଦ୍ୟାଳୟ ଆକାଉଣ୍ଟକୁ ଫେରାଇବା ଘଟଣାର ତାଙ୍କ ପାଇଁ ବେଶୀ ଅପମାନଜନକ ସ୍ଥିତି ସୃଷ୍ଟି କରିଥିଲା । ଏଭଳି ସ୍ଥିତିରେ ଗତକାଲି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ କେତେକ ଜାଗାରେ ପୋଷ୍ଟର ଲଗାଯାଇଛି । ସମ୍ବଲପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଫ୍ଲାଇ ଓଭରର ପିଲାରରେ ପ୍ରଫେସର ମିତଲଙ୍କ ଫଟୋ ଥିବା କେତେକ ପୋଷ୍ଟର ଦେଖିବାକୁ ମିଳିଛି । ଯେଉଁଥିରେ ତାଙ୍କର ଗିରଫ ଦାବି କରାଯାଇଛି ।

Related Posts