ବଢିଲା LPG ଗ୍ୟାସ ସିଲିଣ୍ଡର ଦାମ୍

ଭୁବନେଶ୍ୱର,୧/୯(ସତ୍ୟପାଠ ବ୍ୟୁରୋ):   ମାସ ଆରମ୍ଭରୁ ବଢିଲା ଗ୍ୟାସ ସିଲିଣ୍ଡର ଦର। ତୈଳ କମ୍ପାନୀଗୁଡିକ ୧୯ କିଲୋଗ୍ରାମ କମର୍ସିଆଲ୍ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ପ୍ରତି ଗ୍ୟାସ ସିଲିଣ୍ଡରର ଦରରେ ୩୯ ଟଙ୍କା ବୃଦ୍ଧି କରାଯାଇଛି। ଏଭଳି ପରିସ୍ଥିତିରେ ଆଜିଠାରୁ ୧୯ କିଲୋଗ୍ରାମ କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ବର୍ଦ୍ଧିତ ଦରରେ ବିକ୍ରିହେବ।

ଆଇଓସିଏଲ୍ ୱେବସାଇଟ୍ ଅନୁଯାୟୀ, ଆଜିଠାରୁ କମର୍ସିଆଲ୍ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି କରାଯାଇଛି। ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ଦର ୧୬୯୧.୫୦ ଟଙ୍କା ରହିଛି। ମୁମ୍ବାଇରେ ମୂଲ୍ୟ ବୃଦ୍ଧି ପାଇଁ ୧୬୪୪ଟଙ୍କାରେ ପହଞ୍ଚିଛି। ସେହିଭଳି କୋଲକାତାରେ ୧୭୬୪.୫୦ ରୁ ୧୮୦୨.୫୦ଟଙ୍କାକୁ ବୃଦ୍ଧି ପାଇଛି। ଚେନ୍ନାଇରେ ସିଲିଣ୍ଡର ବର୍ତ୍ତମାନ ୧୮୫୫ ଟଙ୍କାରେ ଉପଲବ୍ଧ ହେଉଛି।

ସୂଚନା‌ଯୋଗ୍ୟ, ଗତ ଅଗଷ୍ଟ ମାସରେ ଏଲପିଜି ଗ୍ୟାସର ମୂଲ୍ୟ ବୃଦ୍ଧି କରାଯାଇଥିଲା। ସେତେବେଳେ କମ୍ପାନୀଗୁଡିକ ଏହାର ଦର ୮.୫୦ ଟଙ୍କା ବୃଦ୍ଧି କରିଥିଲେ କିନ୍ତୁ ଏଥର ଏହା ୩୯ ଟଙ୍କା ବୃଦ୍ଧି କରାଯାଇଛି। ଏହାପୂର୍ବରୁ ଜୁଲାଇ ମାସରେ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ଦର ୩୦ ଟଙ୍କା ହ୍ରାସ କରିଥିଲେ। ତେବେ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ ହୋଇନି।

Related Posts