ମହାରାଷ୍ଟ୍ରରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ

ମୁମ୍ବାଇ: ମହାରାଷ୍ଟ୍ରର ସିନ୍ଦେ ସରକାର ରାଜ୍ୟବାସୀଙ୍କୁ ଦେଲେ ଖୁସି ଖବର । ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପେଟ୍ରୋଲ ଲିଟର ପିଛା ୫ଟଙ୍କା ଓ ଡିଜେଲ ଉପରେ ୩ ଟଙ୍କା ଭାଟ ହ୍ରାସ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିରେ ସାଧାରଣ ଲୋକଙ୍କ ପକେଟକୁ ବେସ ସୁହାଇବ ବୋଲି ଏବେ କୁହାଯାଉଛି।

ତେବେ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ ହ୍ରାସ ଲାଗି ସରକାରଙ୍କ ଉପରେ ୬ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ବଢିବ। ଗୁରୁବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ହ୍ରାସ କରିଛନ୍ତି। ମହାରାଷ୍ଟ୍ରରେ ଏବେ ପେଟ୍ରୋଲ ଲିଟର ପିଛା ୧୧୧ଟଙ୍କା ୩୫ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୭ ଚଙ୍କା ୨୮ ପଇସାରେ ବିକ୍ରି ହେଉଛି। ଏଥିରେ ସିନ୍ଦେ ସରକାର ଭାଟ ହ୍ରାସ କରିବା ପରେ ପେଟ୍ରୋଲ ଲିଟର ପିଛା ୧୦୬ଟଙ୍କା ୩୫ ପଇସା ଓ ଡିଜେଲ ୯୪ଟଙ୍କା ୨୮ ପଇସାରେ ବିକ୍ରି ହେବ।

ଉଲ୍ଲେଖ ଯୋଗ୍ୟ ଯେ ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ଗତ ମେ ମାସରେ ପେଟ୍ରୋଲ ଲିଟର ପିଛା୨ଟଙ୍କା ୮ ପଇସା ଓ ଡିଜେଲ ୧ଟଙ୍କା ୪୪ ପଇସା ଭାଟ ହ୍ରାସ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ ମହାରାଷ୍ଟ୍ରର ରାଜସ୍ୱ ଆୟରେ ଭାଟର ଯୋଗଦାନ ଉଲ୍ଲେଖନୀୟ। ରାଜ୍ୟ ରାଜକୋଷକୁ ଭାଟରୁ ଅଧିକ ଆୟ ମିଳିଥାଏ। ରାଜ୍ୟ ସରକାର ୨୦୨୧-୨୨ରେ ଭାଟ ବାବଦେ ୩୪,୦୦୨ ଟଙ୍କା ରାଜସ୍ୱ ଆସୁଲ କରିଛନ୍ତି ।

Related Posts