ଖୋର୍ଦ୍ଧା: କଲେଜରୁ ଫେରିବା ବେଳେ ଛାତ୍ରୀଙ୍କୁ ଅପହରଣ

ଖୋର୍ଦ୍ଧା ବୋଲଗଡ଼ ଜନ୍ତାରିବନ୍ଧ ନିକଟରୁ ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ବୋଲଗଡ଼ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ଅପହୃତ ଛାତ୍ରୀଙ୍କ ଘର ବୋଲଗଡ଼ ମାଳିସାହିରେ ।

ସେ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ରୀ । ବୋଲେରୋରେ ଆସି ୪ ଦୁର୍ବୃତ୍ତ ଛାତ୍ରୀଙ୍କୁ ଅପହରଣ କରିଥିବା ସୂଚନା ମିଳିଛି । ରାସ୍ତା ତାଙ୍କର ସ୍କୁଟି ଓ ଚପଲ ମିଳିଛି । ଅଭିଯୋଗ ପରେ ବୋଲଗଡ଼ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

Related Posts