କ୍ୟାନସରରେ ପୀଡ଼ିତ ଗୋଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାହୁଲ ଗାନ୍ଧି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅସୁସ୍ଥ ଥିବା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ତାଙ୍କର କାର୍ଯ୍ୟାଳୟରେ ଭେଟିଛନ୍ତି । ରାହୁଲଙ୍କ ସହିତ କେତେଜଣ କଂଗ୍ରେସ ନେତା ମଧ୍ୟ ଯାଇଥିଲେ । ପାରିକରଙ୍କ ସହ କିଛି ସମୟ ରାହୁଲ କଥା ହୋଇଥିଲେ । ରାହୁଲ ଏହାକୁ ବ୍ୟକ୍ତିଗତ ଗସ୍ତ ଭାବେ ଦର୍ଶାଇଛନ୍ତି ।

ଟ୍ୱିଟ୍ କରି ରାହୁଲ ଲେଖିଛନ୍ତି ଯେ, ‘ସକାଳେ ମୁଁ ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ସାକ୍ଷାତ କରିଛି । ଏହା ମୋର ବ୍ୟକ୍ତିଗତ ଗସ୍ତ ଥିଲା । ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।’

ଏହା ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନରେ ରାହୁଲ ଗାନ୍ଧି ରାଫେଲ ଡିଲ୍‌ ପ୍ରସଙ୍ଗରେ ଅଡିଓ ଟେପ୍‌ ଓ ପାରିକରଙ୍କ ନାଁ ନେଇ ଜୋରଦାର ହଙ୍ଗାମା କରିଥିଲେ । ପାରିକରଙ୍କ ନିକଟରେ ରାଫେଲ ବୁଝାମଣା ସଂକ୍ରାନ୍ତ ଦସ୍ତାବିଜ ଥିବା ନେଇ ସେ ଦାବି କରିଥିଲେ । କର୍କଟ ସହ ସଂଘର୍ଷ କରୁଥିବା ପାରିକର ଅସୁସ୍ଥତା ସତ୍ତ୍ବେ ବିଭିନ୍ନ ସରକାରୀ କାର୍ଯ୍ୟରେ ଭାଗ ନେଉଛନ୍ତି ।

Related Posts