ରାଜଧାନୀରେ ଦିନ ଦ୍ଵିପ୍ରହରରେ ଛାତ୍ରୀଙ୍କୁ ଗୁଳିମାଡ

ସୂଚନାନୁଯାୟୀ, ଆହତ ଯୁବତୀ ଜଣଙ୍କ ଫ୍ୟାସନ ଡିଜାଇନିଂ ଛାତ୍ରୀ। ଆଜି ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଠିଆ ହୋଇଥିବା ବେଳେ ଇନଫୋସିଟି ଥାନା ଅଞ୍ଚଳରେ ଦୁଇ ଜଣ ଦୁର୍ବୃତ୍ତ ଉକ୍ତ ଯୁବତୀଙ୍କୁ ଗୁଳିମାଡ କରିଥିଲେ। ଗୁଳିମାଡ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ  ଫେରାର ହୋଇ ଯାଇଛନ୍ତି। ଏହାପରେ ଗୁରୁତର ଆହତ ଅବସ୍ଥାରେ ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କାହିଁକି ଗୁଳିମାଡ଼ ହୋଇଛି ସେ ସଂପର୍କରେ କୌଣସି ସୂଚନା ମିଳିନାହିଁ।

Related Posts