ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ଉପରେ ସାରା ଦେଶର ନଜର ରହିଛି । ଗୋଟିଏ ପଟେ ବିଦ୍ରୋହୀ ନେତାମାନେ ନିଜ ଜିଦରେ ଅଟଳ ଥିବାବେଳେ ଶାସକ ଶିବସେନା ତାଙ୍କୁ ନେଇ ବାରମ୍ବାର ବୟାନବାଜି କରୁଥିବାର ଦେଖିବାକୁ ମିଳିଛି । ବିଶେଷ କରି ଏକନାଥ ସିନ୍ଦେଙ୍କୁ ନେଇ ଶିବସେନାର ଆଭିମୁଖ୍ୟ କଠୋର ରହିଛି । ଶିବସେନା ସାଂସଦ ସଞ୍ଜୟ ରାଉତ ବାରମ୍ବାର ଏକନାଥ ସିନ୍ଦେଙ୍କୁ ଧମକ ଦେଉଥିବାର ଦେଖିବାକୁ ମିଳିଛି ।
ଏହା ମଧ୍ୟରେ ଏକନାଥ ସିନ୍ଦେଙ୍କ ପୁଅଙ୍କ ଏଣ୍ଟ୍ରି ହୋଇଥିବାର ଦେଖିବାକୁ ମିଳିଛି । ତେବେ ସିନ୍ଦେଙ୍କ ପୁଅ ଏହି ରାଜନୈତିକ ଯୁଦ୍ଧରେ ତାଙ୍କ ବାପାଙ୍କୁ ସମର୍ଥନ କରିବାକୁ ବାହାରି ପଡ଼ିଛନ୍ତି । ତେବେ ଏହି ଧମକ ଆଉ କାହାକୁ ଦିଅନ୍ତୁ । ଏଠାରେ ଏହି ଧମକ ଗୁଡ଼ିକର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି । ଏହା ସହ ଶ୍ରୀକାନ୍ତ ସିନ୍ଦେ କହିଛନ୍ତି ଶିବସେନା ବାଲା ସାହେବ ଠାକରେଙ୍କର । ଆଉ ଆମର ଲଢ଼େଉ ଏବେ କୋର୍ଟରେ ପହଞ୍ଚିଯାଇଛି । ଶିବସେନା ଏକ ହିନ୍ଦୁତ୍ୱବାଦୀ ଦଳ ଓ ଏକନାଥ ସିଂ ସୁବୁବେଳେ ରାଜ୍ୟର ଭଲ ପାଇଁ କାମ କରିଛନ୍ତି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।
