ଜମ୍ମୁ ଓ କାଶ୍ମୀର କୁଲଗାମ୍‌ ଜିଲ୍ଲାରେ ଏନକାଉଣ୍ଟର: ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର କୁଲଗାମ୍‌ ଜିଲ୍ଲାର ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁୁହିଁ ହୋଇଛନ୍ତି । ଫଳରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଫଳରେ ସୁରକ୍ଷାକର୍ମୀଂକ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ବର୍ତ୍ତମାନ ମଧ୍ୟ ଏହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି । ଏହାକୁ ନେଇ କାଶ୍ମୀର ଜୋନ୍‌ ପୋଲିସ ସୂଚନା ଦେଇଛି ।

ତୃବଜୀ ଅଞ୍ଚଳର ନୌପରା-ଖେରପୋରାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପେରେସନ ଆରମ୍ଭ ହୋଇଥିଲା । ତେବେ ଏହି ସର୍ଚ୍ଚ ଅପରେସନ ଏନକାଉଣ୍ଟରରେ ପରିଣତ ହୋଇଛନ୍ତି । ଦୁଇ ଜଣ ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ ।ଦୁଇ ଆତଙ୍କୀ କେଉଁ ଅଞ୍ଚଳର ଓ କେଉଁ ସଙ୍ଗଠନର ତାହାକୁ ନେଇ କୌଣସି ସୂଚନା ମିଳିନାହିଁ । ବର୍ତ୍ତମାନ ମଧ୍ୟ ଏହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି । ଆହୁରି ଆତଂକବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି ।

Related Posts