ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୁଣ୍ଡିଚା ମନ୍ଦିରରୁ ଆସିଲା ଜ୍ଞାନମାଳ । ଏହା ପରେ ଶରଧାବାଲିରେ ୩ରଥ ଦକ୍ଷିଣ ମୋଡ ହେବେ । ମହାପ୍ରଭୁଙ୍କ ପାଖରୁ ଆଜ୍ଞାମାଳ ଆସିବା ପରେ ରଥରେ ଏହାକୁ ଲାଗିକରାଯାଉଛି । କିଛି ସମୟ ପରେ ତିନି ରଥ ଦକ୍ଷିଣମୋଡ ନେବେ । ରଥ ଗୁଡିକୁ ପୋଲିସ ପ୍ରଶାସନ ଓ ସେବାୟତ ମୋଡ ଦେବେ । ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ପରେ ଘଣ୍ଟଘଣ୍ଟା,କାହାଳୀ, ଛତ୍ରି ସହ ପଟୁଆରରେ ତିନି ବାଡ଼ରୁ ତିନି ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନିରଥ ନିକଟକୁ ଆସିଛନ୍ତି ।

ଏହି ଅଜ୍ଞାମାଳ ରଥରେ ଲାଗି ହେବ। ମହାପ୍ରଭୁଙ୍କ ଆଜ୍ଞା ପାଇବା ପରେ ରଥ ଦକ୍ଷିଣମୋଡ଼ ହେବ। ପ୍ରଥମେ ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ଼ କରାଯିବ। ପରେ ଶ୍ରୀବଳଭଦ୍ରଙ୍କ ରଥ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ନାକଚଣା ଦ୍ୱାର ଅଭିମୁଖେ ଗଡିବ।