ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ପ୍ରଶ୍ନକାଳ ଚାଲିଥିବାବେଳେ ବାଚସ୍ପତି ଆଲୋଚନା ପାଇଁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ମନ୍ତ୍ରୀ ତାରା ପ୍ରସାଦ ବାହିନୀପତି ସମ୍ବୋଧନ କରି ଡାକିଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହାପରେ ତାରା ତାଙ୍କ ପ୍ରଶ୍ନ ପଚାରିଥିଲେ। ଠିକ୍ ଏହି ସମୟରେ କେହି ବାଚସ୍ପତିଙ୍କୁ ତାଙ୍କ ଭୁଲ୍ ଉଚ୍ଚାରଣ ବିଷୟରେ ଅବଗତ କରାଇଥିଲେ।

ଏହି ସମୟରେ ବିଧାୟକମାନେ ତାରାଙ୍କୁ ମନ୍ତ୍ରୀ ତାରାପ୍ରସାଦ ବାହିନୀପତି ବୋଲି ଡାକିଥିଲେ। ହଠାତ୍ ତାରା ବୁଝିପାରିନଥିଲେ। ଯେତେବେଳେ ଜାଣିଲେ ବାଚସ୍ପତି ଭୁଲ୍ରେ ତାଙ୍କୁ ମନ୍ତ୍ରୀ ସମ୍ବୋଧନ କରିଛନ୍ତି ସେତେବେଳେ ତାରା କହିଥିଲେ ମୁଁ ମନ୍ତ୍ରୀ ହେବିରେ, କାହିଁକି ହେବିନି। କଂଗ୍ରେସ ଆସିବ, ସରକାର କରିବ, ମୁଁ ମନ୍ତ୍ରୀ ହେବି। ଏହାପରେ ବାଚସ୍ପତି କହିଥିଲେ ଯେ ମୁଁ ଗୃହରୁ ବିବରଣୀରୁ ଏହାକୁ ବାଦ୍ ଦେଲି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।