ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା : କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ଗୋବିନ୍ଦ ସାହୁ ଓ ରାଧେଶ୍ୟାମ ଚଣ୍ଡୀ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା ଉପରୁ ପରଦା ଉଠିଥିବା ବେଳେ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି | ଅଭିଯୁକ୍ତ ମାନଙ୍କୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର କରିଛି ପୋଲିସ | ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ।

ତେବେ କଡା ସୁରକ୍ଷା ବଳରେ ପୋଲିସ କଣ୍ଟାବାଞ୍ଜି ବିଚାର ବିଭାଗୀୟ ହାଜତରୁ ଆଣି କଣ୍ଟାବାଞ୍ଜି କୋର୍ଟକୁ ହାଜର କରିଛି । କୋର୍ଟରେ ଗୋବିନ୍ଦ ସାହୁଙ୍କ ଓକିଲ ମଧ୍ୟ ଉପସ୍ଥିତ ଥିବା ଦେଖାଯାଇଛି। ଗୋବିନ୍ଦ ସାହୁ ଓକିଲ ଦୁର୍ଗା ପାଢ଼ୀଙ୍କ କହିବା ଅନୁସାରେ ସେମାନେ କଲ ରେକର୍ଡ, ସାଇଣ୍ଟିଫିକ ତଦନ୍ତର ରିପୋର୍ଟ ଭଳି କିଛି ଗୁରୁତ୍ୱପୂର୍ଣ କାଗଜପତ୍ର ଦେବାକୁ କୋର୍ଟକୁ ଅନୁରୋଧ କରିଥିଲେ । ଯାହାକୁ ନେଇ ଆଜି ତାହା ଉପରେ ଶୁଣାଣି ଥିଲା ।

ସେହିପରି ଅନ୍ୟପଟେରେ ଆସନ୍ତା ୧୮ ତାରିଖ ଦିନ ପୁଣି ଗୋବିନ୍ଦ ସାହୁଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସରକାରୀ ଓକିଲ ପ୍ରମୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୮ତାରିଖରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ବୀଭତ୍ସ ହତ୍ୟା କରାଯାଇଥିଲା । ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ ।

Related Posts